Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧: କୋଲକାତା ନାଇଟ ରାଇଡର୍ସ ସାମ୍ନାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଆତ୍ମ ସମର୍ପଣ
  • ||
  • ଅଖାଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ନିଧନ, ଫାଶିରେ ଝୁଲୁଥିବା ଅବସ୍ଥାରେ ମିଳିଲା ମୃତଶରୀର
  • ||
  • ନୀଳଗିିରି : ଶିଶୁକନ୍ୟା ଓ ବାପାଙ୍କୁ ହାଣିବା ଅଭିଯୋଗରେ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେଲେ ଅଭିଯୁକ୍ତ
  • ||
  • ପୁରୀ : ଭାର୍ଗବୀ ନଦୀରେ ଗାଧୋଇବା ବେଳେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ
  • ||
  • ପୁରୀ : ୧୫ବର୍ଷ ପରେ ଚୂଡାନ୍ତ ରାୟ : ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ୨ ଭାଇଙ୍କୁ ଆଜୀବନ କାରାଦଣ୍ଡାଦେଶ
  • ||
  • ଭୁବନେଶ୍ବର : ବିଜେଡିର ମାରାଥନ୍ ମିଶ୍ରଣ ପର୍ବ, ଶଙ୍ଖ ଧରିଲେ ରାୟଗଡା ଜିଲ୍ଲାର ଅନେକ ବରିଷ୍ଠ କଂଗ୍ରେସ ଓ ବିଜେପି ନେତା
  • ||
  • ରାୟଗଡା : ଦେବଦୂତ ସାଜିଲେ ୧୦୮ ଆମୁଲାନ୍ସ କର୍ମଚାରୀ, ପାହାଡିଆ ରାସ୍ତାରେ ଗର୍ଭବତୀ ମହିଳାଙ୍କୁ ବୋହିଲେ ଷ୍ଟ୍ରେଚରରେ
  • ||
  • ଭୁବନେଶ୍ବର : ଗୁମର ଖୋଲିଲେ କି ବିଦ୍ୟାଭାରତୀ ? ଲାଏ ଡିଟେକ୍ସନ ଟେଷ୍ଟରେ ପ୍ରାୟ ୪ ଘଣ୍ଟାରେ ପଚରାଗଲା ୧୦୦ ପ୍ରଶ୍ନ
  • ||
  • କଣ୍ଟାବାଞ୍ଜି : ପାରିବାରିକ କଳହରୁ ସଂଘବଦ୍ଧ ଆକ୍ରମଣ, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ନିମାପଡା : ପିପିଲି ଉପନିର୍ବାଚନକୁ ମୁକ୍ତ ଓ ନିରପେକ୍ଷ କରିବା ନେଇ ବିଏସଏଫର ଫ୍ଲାଗ୍ ମାର୍ଚ୍ଚ
  • ||

ନାରୀ ଶିକ୍ଷାକ୍ଷେତ୍ରରେ ସବୁଠାରୁ ପସନ୍ଦଯୋଗ୍ୟ ବିଶ୍ୱବିଦ୍ୟାଳୟ ଭାବେ ସୋଆ ସମ୍ମାନିତ

23/02/2019 at 6:39 PM

ଭୁବନେଶ୍ୱର ୨୩/୨ : ନାରୀଙ୍କ ଶିକ୍ଷା କ୍ଷେତ୍ରରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ୟୁନିଭର୍ସିଟି) ସବୁଠାରୁ ପସନ୍ଦଯୋଗ୍ୟ ବିଶ୍ୱବିଦ୍ୟାଳୟ ଭାବେ ସମ୍ମାନିତ ହୋଇଛି । ନୂଆଦିଲ୍ଲୀର ବିଜ୍ଞାନଭବନ ଠାରେ ଆୟୋଜିତ ନ୍ୟାସନାଲ ଲିଡରସିପ୍ ସମିଟ୍ ଅନ୍ ୱିମେନ୍ ଆଣ୍ଡ ଏଜୁକେସନର ଦ୍ୱିତୀୟ ସଂସ୍କରଣରେ ସମ୍ମାନିତ ହୋଇଛି ସୋଆ ।


କେନ୍ଦ୍ର ବାଣିଜ୍ୟ, ଶିଳ୍ପ ଏବଂ ବେସାମରିକ ବିମାନ ଚଳାଚଳ ବିଭାଗ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁ ଏହି ପୁରସ୍କାର ପ୍ରଦାନ କରିଥିବା ବେଳେ ସୋଆର ରିସର୍ଚ୍ଚ ଆଣ୍ଡ ଡେଭଲପ୍ମେଂଟ ଡିନ୍ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଆସୋସିଏଟ୍ ପ୍ରଫେସର ଡ. ପ୍ରିୟବ୍ରତ ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିଥିଲେ ।


ୱିମେନ୍ ଇନୋଭେସନ୍ ଆଣ୍ଡ ଏଂଟ୍ରିପ୍ରେନୁଅର୍ସିପ୍ ଫାଉଣ୍ଡେସନ୍ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ବିଭିନ୍ନ ବକ୍ତା ନିଜର ଅଭିଭାଷଣ ରଖିବା ସହ ପାନେଲ୍ ଡିସ୍କସନ୍ ରଖାଯାଇଥିଲା । ଏନୋବଲ୍ ଆଇପି ଏବଂ ଡବ୍ଲୁଆଇଇଏଫ୍ର ଫାଉଣ୍ଡର ଏବଂ ସିଇଓ ଡ. ଶ୍ୱେତା ସିଂ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ଡ. ସିଂ କହିଥିଲେ ମହିଳାମାନେ ସବୁବେଳେ ଆର୍ଥିକ ସ୍ତରରେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ତାହା ହିଁ ଫାଉଣ୍ଡେସନର ଲକ୍ଷ୍ୟ ।


ନିକଟରେ ପୂର୍ବାଂଚଳର ସବୁଠାରୁ ପସନ୍ଦଯୋଗ୍ୟ ଘରୋଇ ବିଶ୍ୱବିଦ୍ୟାଳୟ ଭାବେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଦ୍ୱାଦଶ ଆସୋଚାମ୍ ନ୍ୟାସ୍ନାଲ୍ ଏଜୁକେସନ୍ ସମିଟ-୨୦୧୯ରେ ସୋଆକୁ ଏଡୁସାଇନ୍ ଏକ୍ସଲେନ୍ସ ଆୱାର୍ଡରେ ସମ୍ମାନିତ କରାଯାଇଛି ।


ସେହିପରି ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ପୂର୍ବାଂଚଳର ସବୁଠାରୁ ପସନ୍ଦଯୋଗ୍ୟ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଭାବେ ଏଡୁସାଇନ୍ ଏକ୍ସଲେନ୍ସ ଆୱାର୍ଡରେ ସମ୍ମାନିତ ହୋଇଛି ।

   Related Posts