Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଟି-୨୦ ବିଶ୍ଵ କପ୍ ସରିବା ମାତ୍ରେ ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେବେ ରବି ଶାସ୍ତ୍ରୀ !

15/09/2021 at 6:30 PM

ନୂଆଦିଲ୍ଲୀ ୧୫।୦୯: ଭାରତୀୟ ପୁରୁଷ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ କଣ୍ଟ୍ରାକ୍ଟ ଆଇସିସି ଟି-୨୦ ବିଶ୍ଵ କପ୍ ପରେ ଶେଷ ହେବାକୁ ଯାଉଛି। ଖବର ଏହା ମଧ୍ୟ ରହିଛି ଯେ, ଶାସ୍ତ୍ରୀ ଟି-୨୦ ବିଶ୍ଵ କପ୍ ସରିବା ମାତ୍ରେ ନିଜ ପଦରୁ ଇସ୍ତଫା ଦେବେ। ସେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ଠୁ ଆଉ ସମୟ ମାଗିବେ ନାହିଁ। ଏହା ବ୍ୟତୀତ ବୋଲିଂ କୋଚ୍ ଭରତ ଅରୁଣ, ଫିଲ୍ଡିଂ କୋଚ୍ ଆର ଶ୍ରୀଧରଙ୍କ ଚୁକ୍ତି ଅବଧି ବୃଦ୍ଧି କରାଯାଇପାରେ। ଖବର ଏହା ମଧ୍ୟ ରହିଛି ଯେ, ବ୍ୟାଟିଂ କୋଚ୍ ବିକ୍ରମ ରାଠୋର ନିଜ ପଦରେ ରହି ପାରନ୍ତି।

ନ୍ୟୁଜ୍ ୧୮ର ରିପୋର୍ଟ ଅନୁଯାୟୀ, ଶାସ୍ତ୍ରୀ ନିଜ ନିଷ୍ପତ୍ତି ବିଷୟରେ ବିସିସିଆଇକୁ ଅବଗତ କରାଇ ସାରିଛନ୍ତି। ନିଜର କଣ୍ଟ୍ରାକ୍ଟ ସରିବା ମାତ୍ରେ ସେ କୋଚ୍ ପଦରୁ ଇସ୍ତଫା ଦେବେ। ଖବର ଅନୁଯାୟୀ, ବିସିସିଆଇ ନୂତନ କୋଚ୍‌କୁ ନେଇ ଆଲୋଚନା ଆରମ୍ଭ କରି ଦେଇଛି। ଶୀଘ୍ର ଏହି ପଦ ପାଇଁ ଆବେଦନ ମଗା ଯାଇପାରେ। ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ସବୁଠୁ ଅଧିକ ଚର୍ଚ୍ଚା ଯେଉଁ ନାମକୁ ନେଇ ହେଉଛି, ସେ ହେଉଛନ୍ତି ରାହୁଲ ଦ୍ରାବିଡ। ଦ୍ରାବିଡ ସଂପ୍ରତି ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ର ମୁଖ୍ୟ। କିନ୍ତୁ  ନିକଟରେ ଶ୍ରୀଲଙ୍କା ଗସ୍ତରେ ସେ ଦଳର କୋଚ୍ ହୋଇ ଯାଇଥିଲେ।

ଶ୍ରୀଲଙ୍କା ଗସ୍ତରେ ଭାରତ ଟି-୨୦ ଏବଂ ଦିନିକିଆ ସିରିଜ୍ ଖେଳିଥିଲା। ସେହି ସମୟରେ ବିରାଟ କୋହଲିଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଥିଲା। ରବି ଶାସ୍ତ୍ରୀ ଦଳ ସହ ଇଂଲଣ୍ଡରେ ଥିଲେ ଏବଂ ସୀମିତ ଓଭର ସିରିଜ୍ ପାଇଁ ଶିଖର ଧାଓ୍ଵନଙ୍କୁ ଅଧିନାୟକ ଏବଂ ରାହୁଲ ଦ୍ରାବିଡଙ୍କ କୋଚ୍ କରାଯାଇଥିଲା।

   Related Posts