କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହେବା ପରେ ପୁଣି ଥରେ ଛୁଇଁପାରେ ସଂକ୍ରମଣ... ତାହେଲେ କ'ଣ କରିବେ ଆପଣ?

Published By : Prameya-News7 Bureau | March 24, 2020 IST

ନୂଆଦିଲ୍ଲୀ୨୪/୦୩: କରୋନା ଭାଇରସ ବା କୋଭିଡ-୧୯ ଏକ ଭୟଙ୍କର ସଂକ୍ରମଣ| କରୋନାରେ ଏଯାଏଁ ୩ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇ ସାରିଲେଣି। ଏହି ଭୟଙ୍କର ସଂକ୍ରମଣ ବହୁତ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଯଦି ପରିସ୍ଥିତି ନିୟନ୍ତ୍ରଣ ନ କରାଗଲେ ତାହା ଆହୁରି ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି।

କରୋନା ଭାଇରସ ସଂକ୍ରମଣ ସାଧାରଣତଃ ଥଣ୍ଡା କାଶ ଲକ୍ଷଣରୁ ଆରମ୍ଭ ହୋଇଥାଏ| ଏହା କେତେବେଳେ ଯେ ମଣିଷକୁ ନିଜ କାବୁ କରି ନେବ, କେହି ଜାଣି ପାରିବେ ନାହିଁ। କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହେବା ପରେ ପୁଣି ଥରେ ସେହି ବ୍ୟକ୍ତିଙ୍କୁ ସଂକ୍ରମଣ ହେବାର ସମ୍ଭାବନା ରହିଛି| ଏହା ଏକ ପ୍ରାଣଘାତୀ ଭାଇରସ୍‌। ତେବେ ଏହି କୋଭିଡ-୧୯ ଭୂତାଣୁ କେତେ ସମୟଦିନ ଧରି ସଂକ୍ରମଣ ସ୍ଥାନରେ ସକ୍ରିୟ ରହିଥାଆନ୍ତି। ଆସନ୍ତୁ ଜାଣିବା...

ଭାଇରସ୍ ନଷ୍ଟ ହେବାର ଅବଧି ୨ ଦିନ ରୁ ୧୪ ଦିନ ରହିଛି| ସାଧାରଣତଃ ଚତୁର୍ଥ କିମ୍ବା ପଞ୍ଚମ ଦିନ ଏହାର ସମସ୍ତ ଲକ୍ଷଣ ପରିଲକ୍ଷିତ ହୋଇଥାଏ | ଅଧିକାଂଶ ଲୋକ ଏହି ସମୟରେ ସଂକ୍ରମିତ ହୋଇଥାନ୍ତି| ଏ ନେଇ ଲଗାତାର ରିସର୍ଚ୍ଚ ମଧ୍ୟ ଜାରି ରହିଛି| ରିସର୍ଚ୍ଚ ଅନୁଯାୟୀ ଲକ୍ଷଣ ଦେଖା ନ ଗଲେ ମଧ୍ୟ ସଂକ୍ରମଣ ବ୍ୟାପିବାର ରହିଛି |

ଏ ଯାଏଁ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ଦ୍ୱିତୀୟ ଯାଞ୍ଚ ପରେ ୦.୨ ପ୍ରତିଶତରୁ କମ୍ ଲୋକ ଆଉ ଥରେ ସଂକ୍ରମିତ ହୋଇଛନ୍ତି | ଯେଉଁମାନେ ଦ୍ୱିତୀୟ ଥର ସଂକ୍ରମିତ ହୋଇଥାନ୍ତି, ତାଙ୍କ ଭିତରେ କୌଣସି ଲକ୍ଷଣ ଦେଖା ଦେଇ ଯାଇ ନଥାଏ |

ଯେତେବେଳେ ମାନବ ଶରୀରକୁ କୌଣସି ସଂକ୍ରମଣ ପ୍ରବେଶ କରିଥାଏ ତାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପକାଇଥାଏ| ଏହି ସଂକ୍ରମଣ ସହ ଲଢ଼ିବା ପାଇଁ ଆଣ୍ଟିବଡିଜ ବିକଶିତ କରିଥାଏ | ଅଧିକାଂଶ ମାମଲାରେ ଏଣ୍ଟିବଡିଜ ପୁଣି ଥରେ ଭାଇରସକୁ ବିକଶିତ ହେବାକୁ ଦେଇ ନଥାଏ | ଯେହେତୁ କରୋନାର କୌଣସି ଔଷଧ ବା ଟୀକା ଏଯାଏଁ ବାହାରି ନାହିଁ। ଏହା କହିବା ମୁସ୍କିଲ ହେବ ଯେ ସୁସ୍ଥ ହୋଇଥିବା ବ୍ୟକ୍ତି ପୁଣିଥରେ କରୋନାରେ ଆକ୍ରାନ୍ତ ହେବେ କି ନାହିଁ। 

ଯଦି କୌଣସି ଭାଇରସ ପୁଣିଥରେ ସକ୍ରିୟ ହେବ ତାହା ଅଧିକ ଶକ୍ତିଶାଳୀ ହୋଇଥାଏ। ବର୍ତ୍ତମାନ ବୈଜ୍ଞାନିକ ଏହି ଭାଇରସର ଟୀକା ବାହାର କରିବା ସହ ଏହା ସମୂଳେ ଧ୍ବଂସ କରିବାର ତରିକା ଖୋଜୁଛନ୍ତି | ଯେ ପର୍ଯ୍ୟନ୍ତ କରୋନାର କୌଣସି ଚିକିତ୍ସା ନ ଆସୁଛି ସେ ପର୍ଯ୍ୟନ୍ତ ନିଜକୁ ସୁରକ୍ଷିତ ରଖିବା ପାଇଁ ସବୁଠାରୁ ଉତ୍ତମ ଉପାୟ ହେଲା ପରସ୍ପର ଠାରୁ ଦୂରତା ବଜାୟ ରଖିବା, ସଫା ରହିବା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜାରି କରିଥିବା ଆଡ଼ଭାଇଜାରୀ ପାଳନ କରିବା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.