Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଶୀଘ୍ର ପୁରା ଦୁନିଆରେ ବ୍ୟାପିଯିବ ଡେଲ୍‌ଟା ଭାରିଏଣ୍ଟ, ୧୨୪ ଦେଶ ପର୍ଯ୍ୟନ୍ତ ପହଞ୍ଚିଲାଣି !

21/07/2021 at 9:29 PM

ନୂଆଦିଲ୍ଲୀ ୨୧।୦୭:  କରୋନା ଭାଇରସ୍‌ର ଡେଲ୍‌ଟା ଭାରିଏଣ୍ଟ ଏ ପର୍ଯ୍ୟନ୍ତ ଦୁନିଆର ୧୨୪ ଦେଶରେ ବ୍ୟାପି ସାରିଛି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ବୁଧବାର ଏହାର ସୂଚନା ଦେଇଛି। ହୁ କହିଛି, SARS-Cov-2ର ଏହି ଦୁଇ ନୂତନ ଭାରିଏଣ୍ଟ ସମଗ୍ର ଦୁନିଆରେ ଏବେ ଆଉ କିଛି ମାସ ରହିବାର ଆଶଙ୍କା ରହିଛି। ଏମିତି ହେଲେ ପୂରା ଦୁନିଆରେ ଏହି ଭାଇରସ୍ ବ୍ୟାପି ଯିବ।  ଦ୍ରୁତ ବେଗରେ ବ୍ୟାପୁଥିବା ଏହି ଭାରିଏଣ୍ଟର ପ୍ରଥମ କେସ୍ ଭାରତରୁ ଚିହ୍ନଟ ହୋଇଥିଲା। ଏହି ଭାଇରସ୍‌ ବ୍ୟାପିବାର କାରଣ ସାମାଜିକ ଦୂରତ୍ଵ ନିୟମରେ କୋହଳ ଓ ଭ୍ୟାକ୍ସିନର ଅସମାନ ବିତରଣ ହୋଇଥିବା କୁହାଯାଉଛି।

ହୁ କହିଛି, ଭାଇରସ୍‌ର ଏହି ନୂତନ ଭାରିଏଣ୍ଟ ଗତ ଅନ୍ୟ ଭାରିଏଣ୍ଟକୁ ପଛରେ ପକାଇ ସବୁଠୁ ଅଧିକ ବ୍ୟାପୁଥିବା ଭାରିଏଣ୍ଟରେ ପରିଣତ ହୋଇପାରେ। କରୋନା ଭାଇରସ୍‌ର ଡେଲ୍‌ଟା ଭାରିଏଣ୍ଟ ସମଗ୍ର ଦୁନିଆରେ ଆତଙ୍କ ଖେଳାଇଛି। ଏକ ରିପୋର୍ଟ ଅନୁଯାୟୀ, ଭାରତ, ବାଂଲାଦେଶ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ବ୍ରିଟେନ୍, ସିଙ୍ଗାପୁର, ଇଣ୍ଡୋନେସିଆ, ରୁଷ ଓ ଚୀନ ସହିତ ଅନେକ ଦେଶରେ କରୋନା ଭାଇରସ୍‌ର ୭୫ ପ୍ରତିଶତରୁ ଅଧିକ କେସ୍ ଡେଲ୍‌ଟା ଭାରିଏଣ୍ଟ ସହ ଜଡିତ।

ଗତ ସପ୍ତାହରେ ଇଣ୍ଡୋନେସିଆରେ ବ୍ରିଟେନ୍, ବ୍ରାଜିଲ, ଭାରତ ଓ ଆମେରିକା ପରେ କୋଭିଡ୍-୧୯ର ସବୁଠୁ ଅଧିକ କେସ୍ ଚିହ୍ନଟ ହୋଇଥିଲା। ଅନ୍ୟପଟେ ସଂକ୍ରମଣ ବଢିଥିଲେ ମଧ୍ୟ ବ୍ରିଟେନ୍‌ରେ ପ୍ରାୟତଃ ସବୁ କଟକଣା ହଟାଇ ଦିଆଯାଇଛି। ଭାରତରେ କୋଭିଡ୍-୧୯ର ଦ୍ଵିତୀୟ ଲହରର କାରଣ କରୋନା ଭାଇରସ୍‌ର ଡେଲ୍‌ଟା ଭାରିଏଣ୍ଟ ଥିଲା। ଏହି ଭାରିଏଣ୍ଟରେ ୮୦ ପ୍ରତିଶତରୁ ଅଧିକ କେସ୍ ଚିହ୍ନଟ ହୋଇଥିଲା।

   Related Posts