Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ତାହେଲେ ଏହି କାରଣ ପାଇଁ ଧୋନୀ କ୍ରିକେଟ ଖେଳରୁ ସନ୍ୟାସ ନେଲେ ନାହିଁ !

22/07/2019 at 7:41 PM

ନୂଆଦିଲ୍ଲୀ୨୨|୭: କ୍ରିକେଟ ଖେଳରୁ ଧୋନୀ ସନ୍ୟାସ ନେବା କଥା ଚାରିଆଡ଼େ ଚର୍ଚ୍ଚା ହେଉଛି। ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଧୋନୀ ଯିବେ ନାହିଁ ବୋଲି ନିଜ ତରଫରୁ ସ୍ପଷ୍ଟ କରିଥିଲେ। ଧୋନି କ୍ରିକେଟ ଖେଳରୁ କେବେ ସନ୍ୟାସ ନେବେ? ଏନେଇ କ୍ରିକେଟପ୍ରେମୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟ ହୋଇଛି।

ରିପୋର୍ଟନୁଯାୟୀ,ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ବକପ ନସରିବା ପର୍ଯ୍ୟନ୍ତ ଧୋନୀ କ୍ରିକେଟ ଖେଳରୁ ସନ୍ୟାସ ନେବେ ନାହିଁ ବୋଲି ବିସିସିଆଇର ବରିଷ୍ଠ ଅଧିକାରୀମାନେ କହିଛନ୍ତି। ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଧୋନିଙ୍କ ବଦଳରେ ଋଷଭ ପନ୍ତଙ୍କୁ ଓ୍ବିକେଟ କିପର ଚୟନ କରାଯାଇଛି। ଯଦି ପନ୍ତ ଏହି ଗସ୍ତ ସମୟରେ ଭଲ ପ୍ରଦର୍ଶନ ନକରନ୍ତି ତାହେଲେ ଟି-୨୦ ବିଶ୍ବକପ ଧୋନୀ ହିଁ ଖେଳିବେ ବୋଲି ବିସିସିଆଇ ରଣନୀତି କରିଛି । ସୂଚନାନୁସା​‌ରେ ଧୋନୀ ଭଳି ଜଣେ ଅନୁଭବି ଖେଳାଳି ।

ସେ ଦଳରେ ରହିବା ଆବଶ୍ୟକ ବୋଲି ଅଧିକାରୀମାନେ କହିଛନ୍ତି। ଧୋନୀଙ୍କ ବିକଳ୍ପ ନାହିଁ ଏବଂ ସେ ଟିମ ଇଣ୍ଡିଆର ମାର୍ଗ ଦର୍ଶକ ଭାବେ ଟିମରେ ରହିବା ଆବଶ୍ୟକ ବୋଲି ବରିଷ୍ଠ ଅଧିକାରୀମାନେ କହିଛନ୍ତି। ରିପୋର୍ଟନୁଯାୟୀ, ଟିମ ଇଣ୍ଡିଆ ଧୋନୀଙ୍କୁ କୌଣସି ମୁହୂର୍ତ୍ତରେ ଡାକି ପାରେ ।  ଟି-୨୦ ବିଶ୍ବ ନସରିବା ପର୍ଯ୍ୟନ୍ତ ଧୋନୀ କ୍ରିକେଟ ଖେଳରୁ ସନ୍ୟାସ ନେବେ ନାହିଁ।

   Related Posts