Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ତାତିରୁ ନିସ୍ତାର ନାହିଁ, ୪ ଦିନ ଯାଏଁ ଛଟପଟ କରିବ

20/04/2021 at 8:18 AM

ଭୁବନେଶ୍ୱର,୨୦/୦୪: ସାରା ରାଜ୍ୟରେ ଅନୁଭୂତ ହେଉଛି ଭୀଷଣ ଗରମ । ଉପକୂଳରୁ ଆଭ୍ୟନ୍ତରୀଣ ପର୍ଯ୍ୟନ୍ତ ସବୁଠି ତାତି ଉପରମୁହାଁ । ଜନଜୀବନ ଅସ୍ତବ୍ୟସ୍ତ କଲାଣି । ପାଣିପାଗ ପୂର୍ବାନୁମାନ ହେଲା, ଆସନ୍ତା ୪-୫ ଦିନ ଏମିତି ଗ୍ରୀଷ୍ମ ପ୍ରକୋପ ରାଜ୍ୟରେ ଜାରି ରହିବ । ତାତି ପ୍ରକୋପରୁ ନିସ୍ତାରର ସମ୍ଭାବନା ମଧ୍ୟ କମ୍ । ଯେଉଁ ଅଞ୍ଚଳରେ କାଳବୈଶାଖୀ ହେବ, ସେଠାରେ ତାତି ସାମୟିକ କମିବ ।

ସୋମବାର ସକାଳୁ ଟାଏଁ ଟାଏଁ ଖରା ଅସ୍ତବ୍ୟସ୍ତ କରିଥିଲା । ଦିନ ୧୧ଟା ପରେ ଅସହ୍ୟ ଗରମ । ପଦାକୁ ବାହାରିଲାବେଳକୁ ନିଆଁ ବର୍ଷିଲା ଭଳି ତାତି ପ୍ରକୋପ । ୧୨ଟାରୁ ୩ଟା ଭୀଷଣ ତାତି ଅନୁଭୂତ ହୋଇଥିଲା । ଅପରାହ୍ନରେ କେତେକ ଜାଗାରେ ପାଗ ସାମାନ୍ୟ ବଦଳିଥିଲା । ବୌଦ୍ଧରେ ୯.୫ ମିଲିମିଟର ବର୍ଷା ହୋଇଥିଲା ।

।ସୋମବାର ମାଲକାନଗିରି ଓ ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ୍‌ ଲେଖାଏଁ ଥିଲା । ଭୁବନେଶ୍ୱର ତାପମାତ୍ରା ୪୦.୬, ଅନୁଗୁଳ ୪୦.୧, ସମ୍ବଲପୁର ୪୦.୧, ହୀରାକୁଦ ୪୦.୪, ଭବାନୀପାଟଣା ୪୦, ଟିଟିଲାଗଡ଼ ୪୦ ଓ ସୁନ୍ଦରଗଡ଼ ୪୦ ଡିଗ୍ରୀ ଥିଲା । ଅନ୍ୟ ସହର ଭିତରେ ସୋମବାର ତାଳଚେର ୩୯.୯ଡିଗ୍ରୀ, ଝାରସୁଗୁଡ଼ା ୩୯.୮, ସୋନପୁର ୩୯.୮, ବଲାଙ୍ଗିର ୩୯.୬, ବାରିପଦା ୩୯.୫ ଓ ନୟାଗଡ ୩୯ଡିଗ୍ରୀ ସେଲସିୟସ୍‌ ତାତିରେ ସିଝିଥିଲା ।

ପାଣିପାଗ ବିଭାଗର କହିବାନୁସାରେ, ମଙ୍ଗଳବାର କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ନୟାଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝରରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । କେତେକ ସ୍ଥାନରେ ବଜ୍ରପାତ ଏବଂ ପବନ ଆଶଙ୍କା ରହିଛି । ୨୩ ତାରିଖ ଯାଏଁ କାଳବୈଶାଖୀ ଜାରି ରହିବ ବିଭିନ୍ନ ସ୍ଥାନରେ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ଅଧିକ ରହିଥିବା ପାଣିପାଗ ବିଭାଗ କହିଛି ।

   Related Posts