Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ଶବ ସଂସ୍କାରରେ ଯୋଗ ଦେଇଥଲେ, ହୋଇଗଲେ ଶବ, ଶ୍ମଶାନ ଘାଟର ଛାତ ଭୁଶୁଡ଼ି ୧୬ ମୃତ

3/01/2021 at 3:40 PM

ନୂଆଦିଲ୍ଲୀ ୦୩/୦୧: ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ ଶବ ହୋଇଗଲେ ! ଦିଲ୍ଲୀ ପାଖରେ ଅବସ୍ଥିତ ଗାଜିଆବାଦରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଥିବା ଏକ ଶ୍ମସାନ ଘାଟରେ ଛାଥ ଭୁଶୁଡ଼ି ପଡ଼ିବାରୁ ବହୁ ଲୋକ ଚାପି ହୋଇ ରହିଛନ୍ତି। ଏବେ ସୁଦ୍ଧା ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଏହି ଦୁର୍ଘଟଣା ଗାଜିଆବାଦ ଥାନା ଅନ୍ତର୍ଗତ ମୁରାଦନଗର ଅଞ୍ଚଳରେ ଘଟିଛି। ଭୁଶୁଡ଼ି ପଡ଼ିଥିବା ଛାତ ତଳେ ବହୁ ଲୋକ ଦବି ରହିଛନ୍ତି। ଗାଜିଆବାଦ ପୋଲିସ ସମେତ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ମିଳିଥିବା ସୁଚନା ଅନୁସାରେ ରବିବାର ସକାଳ ପାଖରୁ ଦିଲ୍ଲୀରେ ବର୍ଷା ଜାରି ରହିଛି। ମୁରାଦନଗରରେ ଥିବା ଏହି ଶ୍ମଶାନ ଘାଟକୁ ବହୁ ଲୋକ ସମ୍ପର୍କୀୟ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ। ବର୍ଷା ଯୋଗୁ ସମସ୍ତେ ଛାତ ତଳେ ଥିଲେ। ଠିକ୍‌ ଏହି ସମୟରେ ଛାତ ଭୁଶୁଡ଼ି ପଡ଼ିଥିଲା। ଏଥିରେ ବହୁ ଲୋକ ଦବି ହୋଇଯାଇଥିଲେ । ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ ଓ ଏନଡିଆରଏଫ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲେ।

ଭୁଶୁଡ଼ି ଥିବା ଛାତକୁ ବାହାର କରିବା ପାଇଁ ପୋଲିସ କ୍ରେନ୍‌ର ସାହଯ୍ୟ ନେଉଛି। ତେବେ ଲେଣ୍ଟର ଭୁଶୁଡ଼ି ପଡ଼ିବାରୁ ପାଖାପାଖି ୨୪ ଜଣ ଲୋକ ତା ତଳେ ଚାପି ହୋଇ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଘଟଣା ସ୍ଥଳରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଥିବା ପୋଲିସ କହିଛି।

   Related Posts