ଭଣ୍ଡ ବାବାର କୁତ୍ସିତ କାରନାମା : ୧୪ ବର୍ଷର ନାବାଳିକାକୁ ୪ ବର୍ଷ ହେଲା କରୁଥିଲା ଦୁଷ୍କର୍ମ, ଧରା ପଡିଗଲା ପାପ

Published By : Prameya-News7 Bureau | November 02, 2020 IST

ଗାନ୍ଧୀନଗର, ୦୨୧୧:   ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ଆତ୍ମଘୋଷିତ ଆଧ୍ୟାତ୍ମିକ ଗୁରୁ ବା ଜଣେ ଭଣ୍ଡ ବାବା । ଜଣେ ନାବାଳିକାକୁ ଦୀର୍ଘଦିନ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦେବାସହ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଗୁଜୁରାଟର ଜଣେ ଆତ୍ମଘୋଷିତ ଆଧ୍ୟାତ୍ମିକ ଗୁରୁ ପ୍ରଶାନ୍ତ ଉପାଧ୍ୟାୟଙ୍ଗୁ ଗିରଫ କରିଛି । ସେ ଭଦୋଦରାରେ ବଗଲା ମୁଖି ବ୍ରହ୍ମଶାସ୍ତ୍ର ବିଦ୍ୟାମନ୍ଦିରରେ ଗୁରୁ ଭାବେ କାର୍ଯ୍ୟ ସମ୍ପାଦନ କରୁଥିଲେ  ।

ସୂଚନାନୁସାରେ, ଆତ୍ମଘୋଷିତ ଆଧ୍ୟାତ୍ମିକ ଗୁରୁ ଜଣେ ନାବାଳିକାକୁ ୨୦୧୩ରୁ ୨୦୧୭ ଧରି ଦୁଷ୍କର୍ମ କରୁଥିଲେ । ଏପରିକି ବିଭିନ୍ନ ପର୍ବପର୍ବାଣୀରେ ସେ ନାବାଳିକାଙ୍କୁ ଦୁଷ୍କର୍ମ କରିଛନ୍ତି ।  ପୂର୍ବରୁ ମଧ୍ୟ ତାଙ୍କ ନାମରେ ଆଉ ଏକ ଦୁଷ୍କର୍ମ ମାମଲା ରହିଛି । ଏବେ ସେ ଏକ ଠକେଇ ମାମଲାରେ ବିଚାର ବିଭାଗୀୟ ହାଜତରେ ରହିଛନ୍ତି ।

୨୦୧୬ରେ ଯେତେବେଳେ ନାବାଳିକା ୧୬ ବର୍ଷର ହୋଇଥିଲେ ସେତେବେଳେ ୩ଜଣ ମହିଳା ତାଙ୍କୁ ଆତ୍ମଘୋଷିତ ଗୁରୁଙ୍କ କୋଠରୀକୁ ନେଇଥିଲେ । ସେଠାରେ ନାବାଳିକାଙ୍କୁ ନିଶା ଔଷଧ ଦେଇ ପିଶାଚ ରୁପୀ ଗୁରୁ ଦୁଷ୍କର୍ମ କରିଥିଲେ । ଏପରିକି ଅଶ୍ଲୀଳ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ କରିବାକୁ ଧମକ ଦେଇଥିଲେ ।

ଚଳିତ ବର୍ଷ ଆରମ୍ଭରେ ପ୍ରଶାନ୍ତଙ୍କୁ ଜଣେ ମହିଳାଙ୍କୁ ଠକେଇ ମାମଲାରେ ଗୋତ୍ରି ପୋଲିସ ଗିରଫ କରିଥିଲା । ଏହାପରେ ତାଙ୍କର ଅପରାଧିକ ପେଡି ଖୋଲିଥିଲା । ତାଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଦୁଷ୍କର୍ମ ମାମଲା ଥିବା ଜଣା ପଡିଥିଲା । ତେବେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ତାଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରା ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.