ଓଡ଼ିଶାର ଏହି ସବୁ ସ୍ଥାନରେ ପଡୁଛି ବରଫ - ୨୪ ଘଣ୍ଟା ପରେ ବିଭିନ୍ନ ସ୍ଥାନରେ ବଢିବ ତାପମାତ୍ରା

Published By : Prameya-News7 Bureau | January 13, 2020 IST

ଭୁବନେଶ୍ୱର ୧୩।୦୧ – ଓଡ଼ିଶାରେ ବରଫ ବା ତୁଷାରପାତ । ଶୁଣିଲେ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିବା । ଆଗରୁ ଓଡିଶାର ଦାର୍ଜିଲିଂ କୁହାଯାଉଥିବା କନ୍ଧମାଳର ଦାରିଙ୍ଗିବାଡିରେ କେବଳ ତୁଷାରପାତ ହେଉଥିଲା । ଏବେ ରାଜ୍ୟର ଅନେକ ସ୍ଥାନର ତୁଷାର ପାତ ହେଉଛି । ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରି, ୬ ଡିଗ୍ରୀ ତାପମାତ୍ରା ସହ ସୋନପୁର ଓ ଫୁଲବାଣୀ ସବୁଠୁ ଥଣ୍ଡା ସହର ଭାବେ ପରିଗଣିତ ହେଉଛି ।

{"id":210425,"sizeSlug":"large"}


ସେହିଭଳି ଅନୁଗୋଳରେ ୬.୬ , ଟିଟିଲାଗଡ-୭.୧ ଦାରିଙ୍ଗିବାଡି-୭.୫, ଭବାନୀପାଟଣା-୮.୫, କୋରାପୁଟ-୯, କେନଦୁଝର-୯.୧ ଡିଗ୍ରୀ ରେକର୍ଡ କରାଯାଇଛି ।

{"id":210424,"sizeSlug":"large"}


୨୪ ଘଣ୍ଟା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

{"id":210427,"sizeSlug":"large"}

କନ୍ଧମାଳର ଦାରିଙ୍ଗିବାଡିରେ ବରଫ ପଡିଛି । ମୟୁରଭଞ୍ଜର ଶିମିଳିପାଳରେ ବିଭିନ୍ନ ସ୍ଥାନରେ କାକର ବଦଳରେ ବରଫ ଦେଖିବାକୁ ମିଳିଛି ।


ରାଜ୍ୟର୧୩ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ବେଳେ ସୋନପୁରର ସର୍ବନିମ୍ନ ତାପମାତ୍ରା ୪.୪ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଫୁଲବାଣୀରେ ତାପମାତ୍ରା ୫ ଡ଼ିଗ୍ରୀ ଥିବା ବେଳେ ଦାରିଙ୍ଗବାଡ଼ିରେ ତୁଷାରପାତ ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.