Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଶୀତ ବଦଳାଇ ଦେଇଛି ଚିତ୍ର, କେନ୍ଦୁଝରରେ ତୁଷାରପାତ, ଉତ୍ତରା ଯୋଗୁଁ ଜୀବନ ଅସ୍ତବ୍ୟସ୍ତ

31/12/2019 at 2:43 PM

କେନ୍ଦୁଝର ୩୧।୧୨: ସାରା ଦେଶରେ ଜାରି ରହିଛି ଅସହ୍ୟ ଜାଡ । ଓଡିଶାର ବିଭିନ୍ନ ସ୍ଥାନରେ ମଧ୍ୟ ଶୀତ ଲହରୀ ସହ ତୁଷାରପାତ ଜାରି ରହିଛି । କେନ୍ଦୁଝରର ବିଭିନ୍ନ ସ୍ଥାନରେ ଗତ କିଛି ଦିନ ଧରି ତୁଷାରପାତ ଜାରି ରହିଥିବା ବେଳେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ହାଡଭଙ୍ଗା ଶୀତରେ ଥରୁଛି ସାରା କେନ୍ଦୁଝର ଜିଲ୍ଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ୫ ଡିଗ୍ରୀ ତଳକୁ ଖସିଛି ପାରଦ । ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । 

କେନ୍ଦୁଝର ଜିଲ୍ଲାର ଗାଁଠାରୁ ସହର ସବୁଆଡେ ଜାଡ ମାଡରେ ଲୋକଙ୍କର ହାଲ୍ ବେହାଲ ହୋଇପଡିଛି । ବଣ, ପାହାଡ, ନଈ, ନାଳ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟଭରା କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ପାରଦ ଖସି ୫କୁ ଛୁଇଁଥିବା ବେଳେ କାପାଣି, ବାଂଶପାଳ, ଉପର କାଦକଳା ଆଦି ସ୍ଥାନରେ ପାରଦ ରହିଛି ୪ ଡିଗ୍ରୀ ତଳେ । ଏହି ସ୍ଥାନମାନଙ୍କରେ ଗତ ୩ ଦିନ ଧରି ତୁଷାରପାତ ଜାରି ରହିଛି ।

ସାରା ଜିଲ୍ଲା ଏବେ ଥଣ୍ଡାରେ ଥରହର ହେଉଛି । ଲୋକମାନେ ଘର ଭିତରେ ନିଆଁ ଜଳାଇ କମ୍ବଳ ଘୋଡାଇ ହେଉଥିଲେ ସୁଦ୍ଧା ଶୀତରୁ ରକ୍ଷା ପାଇପାରୁ ନାହାନ୍ତି । ଗତ କିଛି ଦିନ ହେବ ପାଗ ଶୁଖିଲା ଥିବାବେଳେ ଉତ୍ତର ଦିଗରୁ ପବନ ବୋହୁଥିବାରୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ରାତି ଓ ଭୋର ସମୟରେ  ପ୍ରବଳ ତୁଷାରପାତ ହେଉଛି ।   ଥଣ୍ଡାରୁ ଟିକିଏ ରକ୍ଷା ପାଇବା ପାଇଁ ଲୋକେ ନିଆଁ ପୁଉଁଛନ୍ତି ।

ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାକୁ ଡେରିରେ ହେଲେ ବି ଶୀତ ମାଡି ଆସିଥିବା ବେଳେ ଏବେ ସାଧାରଣ ଖଟିଖିଆ ଦିନ ମଜୁରିଆଙ୍କ ପାଇଁ ସମାସ୍ୟା ସୃଷ୍ଟି ହୋଇଛି ।

   Related Posts