Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚେତୁନାହାଁନ୍ତି ଅମାନିଆ : ବିଭିନ୍ନ ଆଳ କରି ବଜାରରେ ବୁଲୁଛନ୍ତି, ଫାଇନ୍ ବି ଗଣୁଛନ୍ତି
  • ||
  • ‘ଟିକାରୁ ଜିଏସଟି ଛାଡ କର’ : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
  • ||
  • ଭୟଙ୍କର : ୨୪ ଘଣ୍ଟାରେ ଦେଶରେ ବାହାରିଲେ ୪ ଲକ୍ଷ ୧୪ ହଜାରରୁ ଅଧିକ ପଜିଟିଭ୍, ୩୯୧୫ ମୃତ
  • ||
  • କରୋନା ରୋଗୀଙ୍କୁ ମେଡିସିନ୍ ନେଇ ଜାରି ହେଲା ଏସଓପି : ଆକ୍ରାନ୍ତଙ୍କୁ ଇଞ୍ଜେକ୍ସନ ଦେବା ପୂର୍ବରୁ ଯାଞ୍ଚ ହେବ ସ୍ୱାସ୍ଥ୍ୟାବସ୍ଥା
  • ||
  • ରାଜସ୍ଥାନରେ ୧୪ ଦିନିଆ ଲକ୍‌ଡାଉନ୍‌ ଲଗାଇଲେ ସରକାର, ୩୧ ଯାଏଁ ହୋଇପାରିବନି ବିବାହ
  • ||
  • ପଶୁପକ୍ଷୀଙ୍କୁ ମଧ୍ୟ ହେଉଛି କରୋନା, ଆଗରୁ ଆହୁରି ହେବେ ସଂକ୍ରମିତ ! ଚିନ୍ତାରେ ସରକାର
  • ||
  • ଛୋଟ ପିଲାଙ୍କ ପ୍ରତି ବିପଦ ବେଶୀ, ଦୈନିକ ୫୦୦ ଶିଶୁ ହେଉଛନ୍ତି କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ ଜଣଙ୍କ ଜୀବନ, ୨୧୪୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଗାଁ ନିକଟରେ ବୁଲୁଛି ଗୋଠଛଡା ଦନ୍ତା, ଗ୍ରାମବାସୀ ଭୟଭୀତ
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨,୨୩୮ ପଜିଟିଭ୍
  • ||

ଜାମ୍ମୁ-କାଶ୍ମୀର ଓ ଲଦାଖରେ ତୁଷାରପାତ: ଆଗାମୀ ଦୁଇ ଦିନ ବର୍ଷା ସମ୍ଭାବନା, ଆଲର୍ଟ ଜାରି

14/11/2020 at 4:55 PM

ଲଦାଖ ୧୪/୧୧ : ଜାମ୍ମୁ କାଶ୍ମୀର ଓ ଲଦାଖର ଉଚ୍ଚତମ ସ୍ଥାନରେ ଶନିବାର ଦିନ ତୁଷାରପାତ ହୋଇଛି। ତୁଷାରପାତ ଯୋଗୁଁ ଶ୍ରୀନଗର-ଲେହ ରାଜମାର୍ଗ ବନ୍ଦ କରାଯାଇଛି। ଲଦାଖର ତଳିଆ ଅଞ୍ଚଳରେ ବର୍ଷା ହୋଇଛି। ଅଧିକାରୀଙ୍କ କହିବାନୁଯାୟୀ, ଶେଷ ସୂଚନା ମିଳିବ ଯାଏଁ, ଉତ୍ତର କାଶ୍ମୀରର ବାରମୁଳା ଜିଲ୍ଲା ପ୍ରସିଦ୍ଧ ସ୍କି ରିସୋର୍ଟ ଗୁଲମାର୍ଗ ଏବଂ ମଧ୍ୟ କଶ୍ମୀରର ପର୍ଯ୍ୟଟନ କେନ୍ଦ୍ର ସୋନମାର୍ଗରେ ତୁଷାରପାତ ହୋଇଛି।

ଅଧିକାରୀ କହିଛନ୍ତି ଉତ୍ତର କାଶ୍ମୀରର ବନ୍ଦୀପୁରା ଜିଲ୍ଲା ଗୁରେଜ ଓ କେନ୍ଦ୍ର ଶାସିତ ପ୍ରଦେଶ ଲଦାଖର ଯୋଜିଲା ଦର୍ରା ଓ ଦ୍ରାସରେ ମଧ୍ୟ ତୁଷାରପାତ ହୋଇଛି। ତୁଷାରପାତ ଯୋଗୁଁ ଅଧିକାରୀ ଶ୍ରୀନଗର-ଲେହ ଜାତୀୟ ରାଜପଥ ବନ୍ଦ କରିଦେଇଛନ୍ତି। ଏହି ରାଜପଥ ଜାମ୍ମୁ କାଶ୍ମୀରକୁ ଲଦାଖ ସହ ସଂଯୋଜିତ କରିଥାଏ ଏବଂ ଯୋଜିଲା ଦର୍ରା ଦେଇ ଯାଇଥାଏ। କାଶ୍ମୀର ଘାଟିର ତଳିଆ ଅଞ୍ଚଳରେ ବର୍ଷା ହୋଇଛି। ବର୍ଷା ଯୋଗୁଁ ତାପମାନ ତଳକୁ ଖସି ଯାଇଛି।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆଗାମୀ ଦୁଇ ଦିନ ଯାଏଁ ବର୍ଷା ଓ ତୁଷାରପାତ ଜାରି ରହିବ। ଶନିବାର ରାତିରେ ଓ ରବିବାର ଦିନ ସବୁଠାରୁ ଅଧିକ ବର୍ଷା ଓ ତୁଷାରପାତ ହେବାର ସମ୍ଭାବନା ରହିଛି। ଏହାପରେ ପାଣିପାଗରେ ପରିବର୍ତ୍ତନ ହେବ ବୋଲି ଅଧିକାରୀ କହିଛନ୍ତି।

   Related Posts