ଦାରିଙ୍ଗବାଡି ସିମନବାଡିରେ ତୁଷାରପାତ
12/01/2020 at 9:06 AM

ବାଲିଗୁଡା ୧୨।୧: କନ୍ଧମାଳକୁ ପୁଣି ଫେରିଛି ହାଡଭଙ୍ଗା ଶୀତ । ବାଲିଗୁଡା ସମେତ ଦାରିଙ୍ଗବାଡି ବେଲଘରରେ ଶୀତର ଲହରୀ ଜାରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଦାରିଙ୍ଗବାଡିର ସିମନବାଡିରେ ତୁଷାରପାତ ଦେଖିବାକୁ ମିଳିଛି ।

ସନ୍ଧ୍ୟାରେ ଉପାନ୍ତ ଅଞ୍ଚଳରେ ଶୀତ ବଢୁଛି। ଘନ କୁହୁଡିରେ ଆଚ୍ଛାଦନ ହେଉଛି ରାସ୍ତାଘାଟ ସକାଳ ୧୦ଟା ଯାଏଁ କୁହୁଡି ଛାଡୁନି ଶୀତର ମଜା ନେବାକୁ ଦାରିଙ୍ଗବାଡି ଓ ବାଲିଗୁଡା ବେଲଘରରେ ଦେଶୀ ବିଦେଶୀ ପର୍ଯ୍ୟଟକଙ୍କ ଭିଡ ଜମୁଛି ।

ଏପଟେ ଶୀତ ଦାଉରୁ ରକ୍ଷାପାଇବା ପାଇଁ ଗରିବ ଲୋକମାନେ ନିଆଁର ଆଶ୍ରୟ ନେଉଛନ୍ତି । ଶ୍ରମଜୀବୀ କାମଧନ୍ଦାକୁ ଯିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଯାଏଁ ପ୍ରଶାସନ ପକ୍ଷରୁ ଗରିବଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇନାହିଁ ଗରିବ ଗୁରୁବା ହିନସ୍ତା ହେଉଛନ୍ତି ।
Related Posts
୧୦ ବରିଷ୍ଠ ଅଧିକାରୀଙ୍କୁ ୧୦ ଜିଲ୍ଲା ଦାୟିତ୍ବ
2 March 2021
ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ, ୪୦ରୁ ଅଧିକ ଗାଈ ଉଦ୍ଧାର
2 March 2021