ବରଫପାତକୁ ପ୍ରବଳ ଥଣ୍ଡା ତଥାପି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ, ବୈଷ୍ଣୋଦେବୀରେ ପ୍ରତିଦିନ ଦର୍ଶନ କରୁଛନ୍ତି ୧୦ହଜାର

Published By : Prameya-News7 Bureau | December 29, 2020 IST

ଶ୍ରୀନଗର ୨୯।୧୨: ଜମ୍ମୁକାଶ୍ମୀର ରିୟାସୀ ଜିଲ୍ଲାର କଟରା ସହର ତ୍ରିକୁଟା ପାହାଡ ଉପରେ ଅବସ୍ଥିତ ବିଶ୍ବପ୍ରସିଦ୍ଧ ମାତା ବୈଷ୍ଣୋଦେବୀଙ୍କ ମନ୍ଦିର ଏବେ ବରଫ ଆଚ୍ଛାଦିତ ହୋଇରହିଛି । ମନ୍ଦିରର ଚର୍ତୁପାର୍ଶ୍ବରେ ବରଫ ହିଁ ବରଫ ଦେଖିବାକୁ ମିଳିଛି । ଯାହାକୁ ଦେଖିବା କ୍ଷଣି ସ୍ବର୍ଗଠାରୁ କମ୍ ବୋଲି ମନେହେଉନାହିଁ । ବରଫ ଆଚ୍ଛାଦିତ ହେବା ସତ୍ତ୍ବେ ଶ୍ରଦ୍ଧାଳୁମାନଙ୍କ ଆଗମନରେ କୌଣସି ପ୍ରଭାବ ପଡିନାହିଁ । ପ୍ରତିଦିନ ପ୍ରାୟ ୧୦ ହଜାର ଶ୍ରଦ୍ଧାଳୁ ଦର୍ଶନ କରିବା ପାଇଁ ପହଞ୍ଚୁଛନ୍ତି ।

{"id":384215,"width":578,"height":356,"sizeSlug":"large","linkDestination":"none"}

ଅଧିକାରୀଙ୍କ ସୂଚନା ଅନୁସାରେ ନୂଆବର୍ଷରେ ଦେବୀଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ଉତ୍ସାହ ଖୁବ୍ ବଢିଯାଇଛି । ବରଫ ଆଚ୍ଛାଦିତ ପରେ ମଧ୍ୟ ତୀର୍ଥଯାତ୍ରା ଜାରି ରହିଛି । ଶ୍ରଦ୍ଧାଳୁ ମଧ୍ୟ ଖୁବ୍ ମଜା ନେଉଛନ୍ତି । ଯାତ୍ରାମାର୍ଗରେ ବରଫ ପଡିବା ଯୋଗୁଁ ଥଣ୍ଡା ଆହୁରି କମିବାର ଆଶଙ୍କା ମଧ୍ୟ ବଢିଯାଇଛି । ଯାହାକୁ ନେଇ ସବୁ ପ୍ରକାରର ପ୍ରସ୍ତୁତି କରାଯାଇଛି । ବିଶ୍ରାମାଗାରରେ ରହିବା, ଗରମ ପାଣି ବ୍ୟବସ୍ଥା ଏବଂ କମ୍ବଳ ଇତ୍ୟାଦି ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି । ଉଦ୍ଧାରକାରୀ ଟିମ୍ ମଧ୍ୟ ସ୍ଥାନେ ସ୍ଥାନେ ନିୟୋଜିତ ଅଛନ୍ତି ।

{"id":384216,"width":578,"height":372,"sizeSlug":"large","linkDestination":"none"}

ସୂତ୍ର ଅନୁସାରେ ପାଗ ଖରାପ ଏବଂ କୁହୁଡି ଯୋଗୁଁ ରବିବାର ଦିନ ହେଲିକାପ୍ଟର ସେବା ବାଧାପ୍ରାପ୍ତ ହୋଇଥିଲା । ପାଗ ଅନୁକୂଳ ହେବା ପରେ ସୋମବାରଠାରୁ ପୁଣି ସେବା ଆରମ୍ଭ ହୋଇଥିଲା । ବର୍ତ୍ତମାନ ସମୟରେ ତୀର୍ଥଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଆଗାମୀ ଦିନରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଆହୁରି ବଢିବା ନେଇ ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.