Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ଧଳା ଚାଦରରେ ଘୋଡେଇ ହୋଇଛି କେଦାରନାଥ ଧାମ: ସକାଳୁ ହେଉଛି ତୁଷାରପାତ, ହେଲେ ବି ମଉଳିନି ଶ୍ରଦ୍ଧାଳୁଙ୍କ ଉତ୍ସାହ

3/11/2020 at 12:54 PM

କେଦାରନାଥ ୦୩/୧୧ : ଦେଶରେ ଶୀତ ଲହରୀ ଆରମ୍ଭ ହୋଇଛି। ଧୀରେ ଧୀରେ ଥଣ୍ଡା ବଢ଼ିବାରେ ଲାଗିଛି। ଥଣ୍ଡା ବଢିବା ସହ ପାଣିପାଗରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି। ଉତ୍ତରାଖଣ୍ଡରେ ବିଭିନ୍ନ ଜାଗାରେ ତୁଷାରପାତ ଆରମ୍ଭ ହୋଇଛି। ମଙ୍ଗଳବାର ସକାଳୁ କେଦାରନାଥ ଧାମରେ ତୁଷାରପାତ ହୋଇଛି। ସକାଳୁ ଲଗାତାର ତୁଷାରପାତ ଯୋଗୁଁ ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳରେ ବରଫାବୃତ୍ତ ହୋଇଛି। ମନ୍ଦିର ଉପରେ ବରଫ ଆସ୍ତରଣ ଜମି ଯାଇଛି।

କେଦାରନାଥ ଧାମରେ ସକାଳୁ ତୁଷାରପାତ ହେବା ସତ୍ତ୍ୱେ ଶ୍ରଦ୍ଧାଳୁଙ୍କ ଉତ୍ସାହ କମିନାହିଁ। ଶ୍ରଦ୍ଧାଳୁ ଉତ୍ସାହର ସହ ସେଠାରେ ପହଞ୍ଚି କେଦାରନାଥ ବାବାଙ୍କ ଦର୍ଶନ କରିଛନ୍ତି। ତୁଷାରପାତ ଯୋଗୁଁ ମନ୍ଦିର ପରିସରରେ ପାଖାପାଖି ୨ ଇଞ୍ଚର ବରଫ ଆସ୍ତରଣ ଜମିଯାଇଛି। ମନ୍ଦିର ଆଖପାଖରେ ଶ୍ରଦ୍ଧାଳୁଙ୍କ ବସିବା ପାଇଁ ରଖାଯାଇଥିବା ଚେୟାର ମଧ୍ୟ ବରଫରେ ଢାଙ୍କି ହୋଇଯାଇଛି। 

ତୁଷାରପାତ ଯୋଗୁଁ ମନ୍ଦିର ଆଖପାଖ ଅଞ୍ଚଳର ଦୃଶ୍ୟ ଅତ୍ୟନ୍ତ ମନୋରମ ହୋଇଛି। ଯୁଆଡେ ଦେଖିଲେ ଖାଲି ବରଫ ଆଉ ବରଫ। ଏହି ଦୃଶ୍ୟ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିଛି। ଥଣ୍ଡା ବଢିଛି କିନ୍ତୁ ବିଶ୍ୱ ପ୍ରସିଦ୍ଧ ମନ୍ଦିର ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ କମିନାହିଁ। ଶ୍ରଦ୍ଧାଳୁ ବହୁତ ଉତ୍ସାହିତ ଅଛନ୍ତି।

ମଙ୍ଗଳବାର ସକାଳୁ କେଦାରନାଥ ଧାମ ଦର୍ଶନ ପାଇଁ ପହଞ୍ଚି ଥିବା ଶ୍ରଦ୍ଧାଳୁ ତୁଷାରପାତ ସତ୍ତ୍ୱେ ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହୋଇଥିଲେ। ତୀର୍ଥଯାତ୍ରୀଙ୍କ ଜୋସ କମିନଥିଲା। ଯୁବକ ଓ ଶିଶୁମାନଙ୍କ ମଧ୍ୟରେ ବି ଉତ୍ସାହ ଦେଖିବାକୁ ମିଳିଛି।

   Related Posts