ରାଜ୍ୟରେ ଜାରି ରହିଛି ଶୀତ ଲହରୀ, ପୁଣି କନ୍ଧମାଳରେ ତୁଷାରପାତ

Published By : Prameya-News7 Bureau | January 14, 2020 IST

ବାଲିଗୁଡା ୧୪।୧: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଜାଡରେ ଥରୁଛି ସାରା ଓଡିଶା । କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ଆଜି ପୁଣି ତୁଷାରପାତ ହୋଇଛି । ଧାନ ଖଳା, ଘାସ ଉପରେ ଧଳା ଆସ୍ତରଣ ପଡିରହିଛି । ତେବେ କୁହୁଡିର ପରିମାଣ ଆଜି ଟିକେ କମିଥିବା ଦେଖିବାକୁ ମିଳିଛି ।

{"id":210936,"sizeSlug":"large"}

ଆସନ୍ତା ୨୪ଘଣ୍ଟା ଯାଏଁ ସାରା ରାଜ୍ୟରେ ଅସହ୍ୟ ଥଣ୍ଡା ଲାଗି ରହିବ । ଅନୁଗୋଳ, ଦେବଗଡ, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ଶୀତର ପ୍ରକୋପ ଅଧିକ ରହିବାର ସମ୍ଭାବନା ରହିଛି ।

{"id":210937,"sizeSlug":"large"}

ରାଜ୍ୟବାସୀ ଜାଡରୁ ରକ୍ଷା ପାଇବା ପାଇଁ କଲବଲ ହେଉଛନ୍ତି । କେଉଁଠି ଚା’ ଦୋକାନରେ ଲୋକଙ୍କ ଭିଡ ତ କେଉଁଠି ନିଆଁ ପୁଉଁଥିବା ଚିତ୍ର ଦେଖାଦେଇଛି ।  ଓଡିଶାର ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.