ଜାମ୍ମୁ କାଶ୍ମୀରରେ ବରଫ ବର୍ଷା
22/01/2019 at 1:21 PM

ଜାମ୍ମୁ କାଶ୍ମୀରରେ ବରଫ ବର୍ଷା । ପ୍ରବଳ ତୁଷାରପାତରେ ଥରହର ହେଉଛି ଘାଟି । ଭୟଙ୍କର ତୁଷାରପାତ ଯୋଗୁଁ ଅଣାୟତ ପରିସ୍ଥିତି ସୃଷ୍ଟି ହୋଇଛି । ଲଗାତାର କିଛି ଦିନ ହେଲା ଅନନ୍ତନାଗ, ବଡଗାଁଓରେ ଏଭଳି ବରଫପାତ ଯୋଗୁଁ ଜନଜୀବନ ଏକପ୍ରକାର ଠପ ହୋଇଯାଇଛି । କେତେକ ଅଂଚଳରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇ ଯାଇଛି ।

ସବୁଠି ଗଦା ଗଦା ବରଫ । ୨ଦିନ ପାଇଁ ରେଡ ଆଲର୍ଟ ଜାରି କରାଯାଇଛି । ଆଜି ବି ଘାଟିରେ ବରଫପାତ ହେବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି । ବରଫପାତ ଯୋଗୁ ରାଜ୍ୟର ପାର୍ବତ୍ୟାଂଚଳ ଧଳାରଂଗ ଧାରଣ କରିଥିବା ବେଳେ ଏହା ବିଗତ ବର୍ଷରେ ଜାନୁଆରୀ ମାସରେ ହୋଇଥିବା ସମସ୍ତ ପୁରୁଣା ରେକର୍ଡ ଭାଂଗିଛି।

Related Posts
ତାମିଲନାଡୁରେ ଶହେ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା
6 January 2021