Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ବ୍ରହ୍ମାଣ୍ଡରୁ ଦିଶୁଛି ହିମାଳୟ : ନାସା ଜାରି କଲା ଫଟୋ,ସୋସିଆଲ ମିଡିଆରେ ଭାଇରାଲ୍

18/12/2020 at 1:24 PM

ଓ୍ବାଶିଂଟନ୍ ୧୮/୧୨: ଆକାଶରୁ ହିମାଳୟ କିପରି ଦେଖାଯାଉଥିବ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିବ। କିନ୍ତୁ ଏହି ପ୍ରଶ୍ନରୁ ନାସା ପର୍ଦାଫାଶ କରିଛି। ହିମାଳୟର ସୌନ୍ଦର୍ଯ୍ୟ ସମଗ୍ର ବିଶ୍ବରେ ପ୍ରସିଦ୍ଧ । କିନ୍ତୁ ଏବେ ଆକାଶରୁ ଦେଖାଯାଉଥିବା ଏହାର ସୁନ୍ଦରତା ବିଷୟରେ ଚର୍ଚ୍ଚା ଜୋରରେ ଧରିଛି। ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସି ନାସା ହିମାଳୟ ପର୍ବତର ଏକ ଆଶ୍ଚର୍ଯ୍ୟଜନକ ଝଲକ ସେୟାର କରିଛି,ଯେଉଁଥିରେ ହିମାଳୟ ପର୍ବତ ବରଫାବୃତ ନଜର ଆସିଛି। ନାସା ନିଜ ଇନଷ୍ଟାଗ୍ରାମରେ ହିମାଳୟର ଏହି ଫଟୋ ସେୟାର କରିଛି ଯେଉଁଥିରେ ଭାରତର ରାଜଧାନୀ ଦିଲ୍ଲୀ ମଧ୍ୟ ରାତିରେ ଚମକୁଛି।

ଅନ୍ତରୀକ୍ଷ ଏଜେନ୍ସି ନାସା ଅନୁସାରେ,ଆନ୍ତର୍ଜାତୀୟ ଅନ୍ତରୀକ୍ଷ ଷ୍ଟେସନରେ ଥିବା ଚାଳକ ଦଳର ସଦସ୍ୟ ଏହି ଫଟୋକୁ କ୍ୟାମେରାରେ ଉତ୍ତୋଳନ କରିଛନ୍ତି। ନାସା ଏହି ଫଟୋ ସହ ଲମ୍ବା କ୍ୟାପସନରେ ଲେଖିଛନ୍ତି- ବିଶ୍ବର ସବୁଠୁ ଉଚ୍ଚ ପର୍ବତ ଶୃଙ୍ଖଳା ୫କୋଟି ବର୍ଷ ଯାଏଁ ହିନ୍ଦ ଏବଂ ୟୁରେସିୟନ ଟେକଟୋନିକ୍ ପ୍ଲାଣ୍ଟ ଧକ୍କା ଫଳରେ ଉତ୍ପନ୍ନ ହୋଇଥିଲା। ପର୍ବତ ଶୃଙ୍ଖଳାର ଦକ୍ଷିଣରେ ଭାରତ ଏବଂ ପାକିସ୍ତାନର କୃଷି କ୍ଷେତ୍ର ରହିଛି।

ଏଥିରେ ଆଗକୁ କୁହାଯାଇଛି ଯେ ,‘ ଏହାର ଉତ୍ତରରେ ତିବ୍ବତର ପଠାରୀ ଅଞ୍ଚଳ ରହିଛି,ଯାହାକୁ ବିଶ୍ବର ଛାତ ‘Roof of the World’ କୁହାଯାଇଥାଏ। ଫଟୋରେ ଭାରତର ରାଜଧାନୀ ଦିଲ୍ଲୀ ଏବଂ ପାକିସ୍ତାନର ଲାହୋର ମଧ୍ୟ ଉଜ୍ଜ୍ବଳିତ କରୁଛି। ଏହା ଉପରେ ବାୟୁମଣ୍ଡଳରେ ଥିବା ପରମାଣୁର ସୋଲାର ରାଡିଏସନ ଧକ୍କା ହେବା କାରଣରୁ ସୃଷ୍ଟି ହୋଇଥିବା ନାରଙ୍ଗୀ ଛତା ମଧ୍ୟ ଦେଖା ଯାଇ ପାରୁଛି।’

ଏହି ଫଟୋ ଏତେ ସୁନ୍ଦର ଦେଖାଯାଉଛି ଯେ ସୋସିଆଲ ମିଡିଆରେ ଏହା ଜୋରସୋରରେ ଭାଇରାଲ୍ ହେଉଛି। ୨ଦିନ ତଳେ କରାଯାଇଥିବା ଏହି ପୋଷ୍ଟକୁ ଏବେ ସୁଦ୍ଧା ୧୨୪୦୯୨୦ରୁ ଅଧିକ ଲାଇକ୍ ଏବଂ ଅନେକ କମେଣ୍ଟସ୍ ମିଳିଛି।

   Related Posts