Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଘୁଙ୍ଗୁଡି ମାରୁଥିଲେ ସାବଧାନ ! କରୋନା ଜନିତ ମୃତ୍ୟୁ ସମ୍ଭାବନା ଅଧିକ, ଗବେଷକ କଲେ ଦାବି

16/09/2020 at 4:12 PM

ଲଣ୍ଡନ,୧୬/୦୯: ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଘୁଙ୍ଗୁଡି ମାରୁଥିବା ବ୍ୟକ୍ତି କରୋନା ଦ୍ୱାରା ସଂକ୍ରମିତ ହେଲେ ତାଙ୍କର ମୃତ୍ୟୁ ସମ୍ଭାବନା ଅଧିକ ହୋଇଥାଏ । ଅନ୍ୟ ରୋଗୀଙ୍କ ତୁଳନାରେ ଏଭଳି ବ୍ୟକ୍ତିଙ୍କ ମୃତ୍ୟୁ ସମ୍ଭାବନା ତିନି ଗୁଣ ଅଧିକ ଥାଏ । ତା’ଛଡା ସେମାନଙ୍କ ଭିତରୁ ଅଧିକାଂଶଙ୍କ ଅବସ୍ଥା ଗୁରୁତର ହୋଇପଡିଥାଏ ।

ସେମାନଙ୍କ ଅନୁସାରେ, ଯେଉଁ ବ୍ୟକ୍ତିମାନେ ପୂର୍ବରୁ ମେଦବହୁଳତା, ଡାଇବେଟିସ ଏବଂ ଉଚ୍ଚ ରକ୍ତଚାପର ସମ୍ମୁଖୀନ ହେଉଛନ୍ତି ସେମାନଙ୍କ ଠାରେ ହିଁ ଏହି ସମସ୍ୟା ଅଧିକ ଦେଖାଦେଇଥାଏ । ତେଣୁ ସେଭଳି ବ୍ୟକ୍ତି ଜାଣିବା ଦରକାର ଯେ ଘୁଙ୍ଗୁଡି ମାରିବା ଯୋଗୁ ସେମାନଙ୍କ ଅବସ୍ଥା ଆହୁରି ଖରାପ ହୋଇପଡିବ। ପୂର୍ବରୁ ଗବେଷକମାନେ କହିସାରିଛନ୍ତି କି ମେଦବହୁଳତା, ଡାଇବେଟିସ ଏବଂ ଉଚ୍ଚ ରକ୍ତଚାପର ସମ୍ମୁଖୀନ ହେଉଥିବା ବ୍ୟକ୍ତିମାନେ କରୋନାରେ ଆକ୍ରାନ୍ତ ହେଲେ ସେମାନଙ୍କ ଅବସ୍ଥା ଗୁରୁତର ହୋଇପଡିବ ଏବଂ ଏଭଳି ଅଧିକ ସଂଖ୍ୟାରେ ପ୍ରାଣ ହରାଇବେ। ଘୁଙ୍ଗୁଡି ମାରିବା ସେମାନଙ୍କ ସମସ୍ୟାକୁ ଆହୁରି ବଢ଼ାଇଦେବ । ତେଣୁ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସେମାନେ ସବୁବେଳେ ସାମାଜିକ ଦୂରତ୍ୱ ବଜାୟ ରଖିବା ସହିତ ମାସ୍କ ବ୍ୟବହାର କରିବା ଦରକାର ।

ୱାରୱିକ୍‌ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହି ମତ ଦେଇଛନ୍ତି । ସେମାନେ ଘୁଙ୍ଗୁଡି ମାରିବା ସହ କରୋନାର ସମ୍ପର୍କକୁ ନେଇ ପୂର୍ବରୁ କରାଯାଇଥିବା ୧୮ଟି ଅଧ୍ୟୟନ ରିପୋର୍ଟର ବିଶ୍ଲେଷଣ କରି ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ।

   Related Posts