ଦେଖନ୍ତୁ ଭିଡିଓ- ଓଡିଶାରେ ଏହି ସ୍ଥାନରୁ କୋରିଅର ପାର୍ସଲରୁ ବାହାରିଲା ନାଗ ସାପ

Published By : Prameya-News7 Bureau | August 26, 2019 IST

ଭୁବନେଶ୍ୱର - ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ବ୍ୟକ୍ତି ତାଙ୍କ ପାଖକୁ ଆସିଥିବା କୋରିଅର୍‌ ପ୍ୟାକେଟ୍‌ ଖୋଲୁଥିବା ବାଳେ ଛଅ ଫୁଟ ଲମ୍ବର ନାଗ ସାପ ଉଦ୍ଧାର ବାହିରଥିଲା

ରାଇରଙ୍ଗପୁର ୱାର୍ଡ ନଂ ୫ ରେ ମୁଥୁ କୁମାର ନାମକ ଜଣେ ବ୍ୟକ୍ତି ସେଠାରେ ଘର ଭଡ଼ା ନେଇ ରହୁଛନ୍ତି। ସେ ପାଣି ପାଇପ ବ୍ୟବସାୟ କରନ୍ତି। ଅଗ୍ରୱାଲ ପେକର୍ସ ଓ ମୁଭର୍ସ ନାମକ କୋରିୟରରୁ ତାଙ୍କ ପାଖକୁ ଏକ ବଡ ପେଟି ଆସିଥିଲା। ସେ ପେଟି ଖୋଲିବା ମାତ୍ରେ ଏକ ନାଗ ସାପ ବାହରିଥିଲା । ସେ ପେଟିକୁ ସେଇଠି ଛାଡି ତୁରନ୍ତ ରାଇରଙ୍ଗପୁର ବନବିଭାଗକୁ ଖବର ଦେଇଥିଲେ।

wp:core-embed/twitter {"url":"https://twitter.com/ANI/status/1165883343097012224","type":"rich","providerNameSlug":"twitter","className":""}
https://twitter.com/ANI/status/1165883343097012224
/wp:core-embed/twitter


ରାଇରଙ୍ଗପୁର ରେଞ୍ଜର ଅଶୋକ ଦାସ ଖବର ପାଇ ଦୁଇ ଜଣ ଫରେଷ୍ଟ ଗାର୍ଡଙ୍କୁ ପଠାଇଥିଲେ। ଗାର୍ଡ ଦ୍ବୟ ସେଠାରେ ପହଞ୍ଚି ଛଅ ଫୁଟ ଲମ୍ବର ନାଗ ସାପଟିକୁ ଉଦ୍ଧାର କରିଥିଲେ । ନାଗ ସାପଟିକୁ ଉଦ୍ଧାର କରି କୁଚେଇବୁଢୀ ସଂରକ୍ଷିତ ଜଙ୍ଗଲରେ ଛାଡି ଦିଆଯାଇଛି ।
ମୁଥୁ କୁମାର ୧୫ଦିନ ତଳେ ଗୁଣ୍ଟୁରୁର ଏକ ପାର୍ସଲ ଅଗ୍ରୀମ ଦେଇଥିଲେ ।ପରେ ଏକ ବେସରକାରୀ ସଂସ୍ଥା ଦ୍ୱାରା ପରିଚାଳିତ କୋରିଅର୍‌ରେ ତାଙ୍କ ପାର୍ସଲ ଆସିଥିଲା । ଓଡିଶାକୁ ଆସିବା ବେଳେ ନାଗଟି ଏହି ପେଟି ଭିଟତରେ ପଶିଯାଇଥିବା ସେ ସନ୍ଦେହ କରିଛନ୍ତି । ପରେ ସାପଟିକୁ ଉଦ୍ଧାର କରାଯାଇ ଜଙ୍ଗରେ ଛଡାଯାଇଛି । ଦେଖନ୍ତୁ ଭିଡିଓ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.