Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଅବସର ନେଲା sniffing rat ‘ମାଗୱା’, ୫ବର୍ଷର କ୍ୟାରିୟରରେ ମାଟି ତଳୁ ମୁଷା ଉଦ୍ଧାର କରିଛି ୭୧ ଲ୍ୟାଣ୍ଡମାଇନ୍

5/06/2021 at 5:39 PM

ନାମପେନ୍‌ ୫।୬: କମ୍ବୋଡିଆ ମାଇନ୍ ଆକ୍ସନ ସେଣ୍ଟର (ସିଏମଏସି)ଙ୍କ ଅଧିନରେ ମାଇନ ଅନୁସନ୍ଧାନ କାର୍ଯ୍ୟରେ ନିଯୁକ୍ତ ବିଶାଳ ଆଫ୍ରିକୀୟ ମୁଷା ‘ମାଗୱା’ କାର୍ଯ୍ୟରୁ ଅବସର ଗ୍ରହଣ କରିଛି।  ଗତ ୫ ବର୍ଷର କ୍ୟାରିୟରରେ ମାଗୱା ଅନୁନ୍ୟ ୭୧ଟି ଲ୍ୟାଣ୍ଡମାଇନ ସାଙ୍ଗକୁ ମାଟି ତଳେ ଲୁଚାଇ ରଖାଯାଇଥିବା ୩୮ଟି ବିସ୍ଫୋରକକୁ ଖୋଜି କାଢିଛି। ମୁଷାଟି ଆଉ ଆଗ ଭଳି କାମ କରିପାରୁନଥିଲା। ଏଣୁ ବିଶ୍ରାମ ଚାହୁଁଥିବା ମାଗୱାକୁ କାର୍ଯ୍ୟରୁ ଅବସର ଦିଆଯାଇଛି। ସେ ତାର ଅବସର ସମୟ ସବୁ ଏବେ ବାଦାମ ଓ କଦଳି ଖାଇ ବେଶ୍ ମଉଜରେ କଟାଇବ।

ଏହି ମୁଷାଟିର ଜନ୍ମ ବାସ୍ତବରେ ତାଞ୍ଜାନିଆରେ ହୋଇଥିଲା। ୭୦ ସେଣ୍ଟିମିଟରର ଏହି ମୁଷାଟିକୁ ମାଟି ତଳେ ବୋମା ଓ ଲ୍ୟାଣ୍ଡମାଇନ ସନ୍ଧାନ ଲାଗି ବେଲଜିୟମ ପଞ୍ଜିକୃତ ଚାରିଟି ଏପିଓପିଓ ବିଶେଷ ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ ୫ ବର୍ଷର କ୍ୟାରିୟରରେ ୨୨୫, ୦୦୦ ସ୍କୋୟାର ମିଟରକୁ ଲ୍ୟାଣ୍ଡମାଇନ୍‌ ଓ ବିସ୍ଫୋରକରୁ ମୁକ୍ତ କରିପାରିଛି। ମାଗୱାକୁ ତାର ‘ଜୀବନ ରକ୍ଷକ କର୍ତ୍ତବ୍ୟ ପ୍ରତି ସମର୍ପଣ’ ନିମନ୍ତେ  ବ୍ରିଟେନ ଭେଟନାରୀ ଚାରିଟି(ପିଡିଏସଏ) ସ୍ୱର୍ଣ୍ଣପଦକରେ ସମ୍ବର୍ଦ୍ଧିତ କରାଯାଇଛି।  ଗତ ୭୦ ବର୍ଷରେ ଏହି ସମ୍ମାନରେ ସମ୍ବର୍ଦ୍ଧିତ ହୋଇଥିବା ୩୦ ପ୍ରାଣୀଙ୍କ ମଧ୍ୟରେ ମାଗୱା ପ୍ରଥମ ମୁଷା। ଏହା ପୂର୍ବରୁ କେବଳ ସନ୍ଧାନୀ କୁକୁରମାନେ ଏହି ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି।

ମାଗୱା ଏକ ଟେନିସ କୋର୍ଟ ଆକାରର ଅଞ୍ଚଳକୁ ମାତ୍ର ଅଧଘଣ୍ଟାରେ ମାଇନ ମୁକ୍ତ କରିପାରେ।  ପାରମ୍ପରିକ ମେଟାଲ ଡିଟେକ୍ଟରକୁ ଏହି କାର୍ଯ୍ୟ ଲାଗି ଅନୁନ୍ୟ ୪ ଦିନ ସମୟ ଲାଗେ।  ୧୯୭୫ରୁ ୧୯୯୮ ମସିହା ପର୍ଯ୍ୟନ୍ତ କମ୍ବୋଡିଆ ଉତ୍ତେଜନାକାଳରେ ସାରା କମ୍ବୋଡିଆରେ ବିଦ୍ରୋହୀମାନେ ବିଛାଇଥିବା ଲ୍ୟାଣ୍ଡମାଇନ ଯୋଗୁ ୧୦ ହଜାରରୁ ଅଧିକ ଲୋକେ ମୃତାହତ ହୋଇଛନ୍ତି। ନିୟୁତ ନିୟୁତ ଲ୍ୟାଣ୍ଡମାଇନ୍‌ ଏବେବି ମାଟି ତଳେ ସକ୍ରିୟ ରହିଛି।

କମ୍ବୋଡିଆକୁ ଲ୍ୟାଣ୍ଡମାଇନ ମୁକ୍ତ କରିବା ଲାଗି ୫ ବର୍ଷ ପୂର୍ବେ ମାଗୱାକୁ ଏଠାକୁ ଅଣାଯାଇଥିଲା। ଏହି କାର୍ଯ୍ୟ ଅବଧିରେ ସେ ୪୨ଟି ଫୁଟବଲ ଷ୍ଟାଡିୟମ ଆକରର ଅଞ୍ଚଳକୁ ବୋମା ଓ ବିସ୍ଫୋରକ ମୁକ୍ତ କରିଛି। ୧.୨ କେଜି ଓଜନର ଏହି ମୁଷାଟି ଲ୍ୟାଣ୍ଡମାଇନ ଉପରେ ଚାଲିଲେବି ଏଥିରେ କମ୍ପନ ହୋଇ ନଥାଏ। ତେବେ ମୁଷାଟି ବିସ୍ଫୋରକ ସମ୍ପର୍କରେ ତା ସହ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ ସତର୍କ କରିବାମାତ୍ରେ ସେମାନେ ଏହାକୁ ନିଷ୍କ୍ରିୟ କରି ବାହାର କରିଦେଇଥାନ୍ତି।

ମାଗୱାର ଅବସର ପୂର୍ବରୁ ତା ଭଳି୨୦ଟି ସ୍ନିପିଙ୍ଗ ରାଟ୍‌ କମ୍ବୋଡିଆ ପହଞ୍ଚିସାରିଛନ୍ତି। ଏଣୁ ବାକି ଅଞ୍ଚଳକୁ ମଧ୍ୟ ଏବେ ସହଜରେ ଲ୍ୟାଣ୍ଡମାଇନ୍‌ ଓ ବିସ୍ଫୋରକ ମୁକ୍ତ କରିହେବ ବୋଲି ଚାରିଟି ପ୍ରୋଗ୍ରାମ ମ୍ୟାନେଜର ମାଇକେଲ ହୈମାନ୍‌ କହିଛନ୍ତି।  ମାଗୱାକୁ ଏବେ ବୟସ ପାଖାପାଖି ୭ ବର୍ଷ। ସେ କାମରେ ଏବେ ଥକିସାରିଲାଣି। ଏଣୁ ବାକି ଜୀବନ ତକ ସେ ତା ପେନସନ୍‌ ଅର୍ଥରେ ବେଶ୍ ଆରାମରେ କଟାଇପାରିବ ବୋଲି ପ୍ରୋଗ୍ରାମ ମ୍ୟାନେଜର କହିଛନ୍ତି।  

   Related Posts