ମଞ୍ଚକଳା ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇବେ ନ୍ୟୁଜ୍‌ 7ର କଳା ନିର୍ଦେଶକ ସଂଗ୍ରାମ କେଶରୀ ମହାରଣା

Published By : Prameya-News7 Bureau | October 26, 2019 IST

ଭୁବନେଶ୍ୱର ୨୬।୧୦ - ଓଡିଶା ସଙ୍ଗୀତ ନାଟକ ଏକାଡେମୀର ୨୦୧୮ -୧୯ ବର୍ଷ ପାଇଁ ଏକାଡେମୀ ପୁରସ୍କାର ଘୋଷିତ ହୋଇଛି । ଏଥିରେ ମଞ୍ଚ କଳା ନିର୍ଦେଶନା କ୍ଷେତ୍ରରେ ବିଶିଷ୍ଟ କଳା ନିର୍ଦେଶକ ସଂଗ୍ରାମ କେଶରୀ ମହାରଣାଙ୍କୁ ପୁରସ୍କୃତ କରିବା ଲାଗି ମନୋନୀତ କରାଯାଇଛି । ପୁରସ୍କାର ଘୋଷଣା ହେବା ପରେ ଶ୍ରୀ ମହାରଣା କହିଛନ୍ତି ଯେ ଓଡିଶାର କଳା, ଭସ୍କର୍ଯ୍ୟ ଓ କୀର୍ତ୍ତିରାଜିକୁ ବାହାରେ ଉପସ୍ଥାପିତ କରିବା ଲାଗି ସେ ସର୍ବଦା କାମ କରିଆସିଛନ୍ତି ।ଆଗକୁ ମଧ୍ୟ ଏହାକୁ ସେ ଆହୁରି ବ୍ୟାପକ କରିବେ । ଏ ପୁରସ୍କାର ତାଙ୍କ ପାଇଁ ଖୁସୀ ଆଣି ଦେଇଛି । ଆଗମୀ ଦିନରେ ଏ କ୍ଷତ୍ରେର କାମ କରିବା ପାଇଁ ଏହା ଅଧିକ ପ୍ରରଣା ଯୋଗାଇବ ବୋଲି ସେ କହିଛନ୍ତି ।

ସୂଚନା ଯୋଗ୍ୟ ଯେ କଳା ନିର୍ଦେଶର ସଂଗ୍ରାମ କେଶରୀ ମହାରଣା ଗତ ୨୦ ବର୍ଷ ହେଲା ଟେଲିଭିଜନ ଜଗତ ସହିତ ସମ୍ପୃକ୍ତ । ବର୍ତ୍ତମାନ ସେ ନ୍ୟୁଜ7 ଚ୍ୟାନେଲର କଳା ନିର୍ଦେଶକ ଭାବେ କାର୍ଯ୍ୟରତ । ଏଥିପୂର୍ବରୁ ୨୦୦୧ ମସିହାରୁ ୨୦୧୧ ମସିହା ପର୍ଯ୍ୟନ୍ତ ଦୀର୍ଘ ୧୦ ବର୍ଷ ଧରି ସେ ଇ ଟିଭି ଓଡିଆ ଚ୍ୟାନେଲ୍‌ର କଳା ନିର୍ଦେଶକ ଦାୟିତ୍ୱରେ ଥିଲେ । ତେବେ ଏହାର ବହୁ ପୂର୍ବରୁ ୧୯୭୮ ମସିହାରେ ସେ ମଞ୍ଚ କଳା ଜଗତକୁ ପ୍ରବେଶ କରିଥିଲେ । ଏ ବର୍ଷ ସେ ସ୍ୱର୍ଗତ ପ୍ରଥିତ ଯଶା ମଞ୍ଚ ନିର୍ଦେଶକ ସ୍ୱର୍ଗତ ଅସୀମ ବସୁଙ୍କ ସହଯୋଗୀ ଭାବେ କାମ ଆରମ୍ଭ କରିଥିଲ । ୧୯୮୦ ମସିହାରେ ସିନେମା ଜଗତକୁ ପ୍ରବଶ କରିଥିଲ । ଏହି ବର୍ଷ ଡୋର ସିନମାର ସହଯୋଗୀ କଳା ନିର୍ଦେଶକ ଭାବେ ସେ କାମ ଆରମ୍ଭ କରିଥିଲେ । ଏହା ପରେ ଭୁବନଶ୍ୱରରେ ଥିବା ସୁନାମଧନ୍ୟ ନାଟ୍ୟ ଅନୁଷ୍ଠାନ ଶତାଦ୍ଦୀର କଳାକର ସହ ସେ ସମ୍ପୃକ୍ତ ହେବା ସହ ମଞ୍ଚ କଳା ଏବଂ ମ଼ଞ୍ଚ ଅଭିନୟକୁ ନିଜର ଉପଜୀବ୍ୟ ଭାବେ ଗ୍ରହଣ କରିଥିଲେ । ୧୯୮୫ ମସିହାରୁ ରବୀନ୍ଦ୍ର ମଣ୍ଡପ ସହ ମଧ୍ୟ ସେ ସମ୍ପୃକ୍ତ ।

{"id":175191,"width":515,"height":536}

ନିଜ କଳାତ୍ମକ ଅନୁଭୂତିକୁ ଆହୁରି ଶାଣିତ କରିବା ପାଇଁ ୧୯୮୫ ମସିହାରେ ଅଧ୍ୟୟନ ନିମନ୍ତେ ସେ ଭୁବନେଶ୍ୱର ଠାରେ ଥିବା ବିକେ ଆର୍ଟ କଲେଜରେ ଯୋଗ ଦେଇଥିଲେ । ଏଠାରେ ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ସାହିତ୍ୟିକ ଡକ୍ଟର ଦୀନାନାଥ ପାଠୀଙ୍କ ସହ ତାଙ୍କର ଘନିଷ୍ଠତା ତାଙ୍କୁ ଏ କ୍ଷେତ୍ରରେ ଆଉ ପାଦେ ଆଗକୁ ନେଇଥିଲା । ୧୯୮୭ ମସିହାରେ ସ୍ୱୀଡେନ୍‌ଠାରେ ଅନୁଷ୍ଠିତ ଇଣ୍ଡିଆ ଫେଷ୍ଟିଭାଲ୍‌ରେ ସେ ଡକ୍ଟର ପାଠୀଙ୍କ ସହଯୋଗୀ ଭାବେ ଯୋଗଦେଇ ବେଶ୍‌ ପ୍ରଶଂସା ସାଉଁଠିଥିଲେ ।

{"id":175192}

୧୯୯୨ ମସିହାରେ ଶ୍ରୀ ମହାରଣା ଇଣ୍ଡୋନେସିଆର ବାଲିଠାରେ ଅନୁଷ୍ଠିତ କଳିଙ୍ଗ ବାଲିଯାତ୍ରାରେ ଯୋଗ ଦେଇଥିଲେ । ୧୯୯୬ ମସିହାରେ ଦିଲ୍ଲୀ ପ୍ରଗତି ମଇଦାନଠାରେ ଆୟୋଜିତ ଆନ୍ତର୍ଜାତିକ ବାଣିଜ୍ୟ ମେଳା ପାଇଁ ଓଡ଼ିଶା ପାଭିଲିଅନ୍‌ର କନସେପ୍ଟ ପ୍ରସ୍ତୁତ କରିଥିଲେ ଶ୍ରୀ ମହାରଣା । ସେହି ବର୍ଷ ଓଡିଶା ପାଭିଲିଅନ୍‌ ବେଶ୍‌ ସୁନାମ ଅର୍ଜନ କରିଥିଲା ।

{"id":175194}

୧୯୬୫ ମସିହା ଜୁଲାଇ ୪ ତାରିଖରେ ଖୋର୍ଦ୍ଧା ଜିଲ୍ଲା ରେତଙ୍ଗ ନିକଟସ୍ଥ ମହୁରା ଗାଁରେ ଜନ୍ମିତ ଶ୍ରୀ ମହାରଣା ବହୁ ଓଡିଆ ଫିଲ୍ମର ସ୍ୱାଧୀନ କଳା ନିର୍ଦେଶକ ଭାବେ କାମ କରିଛନ୍ତି । ଦୂର ଦିଗନ୍ତ ସରପଞ୍ଚ ବାବୁ ଭୁଲି ହୁଏନା ଫେରିଆ ଆଦି ଚଳଚ୍ଚିତ୍ର ସେଥିରୁ ଅନ୍ୟତମ । ୧୯୯୬ ମସିହାରେ ଶ୍ରୀ ମହାରଣା କେନ୍ଦ୍ର ଲଳିତ କଳା ଏକାଡେମୀ ପକ୍ଷରୁ ଫେଲୋସିପ୍‌ ମଧ୍ୟ ହାସଲ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.