ମିସ୍ କିଡ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଗ୍ଲୋବର ବିଜେତା ହେଲେ ସ୍ନେହାଶ୍ରୀ

Published By : Prameya-News7 Bureau | July 10, 2019 IST

ଭୁବନେଶ୍ବର ୧୦|୭: ଆସାମ ଗୌହାଟୀରେ ଆୟୋଜିତ ଜାତୀୟ ମଡେଲ ପ୍ରତିଯୋଗିତା ଷ୍ଟାର ଆଇକନ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ର ମିସ୍ କିଡ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଗ୍ଲୋବର ବିଜେତା ହୋଇଛନ୍ତି ସ୍ନେହାଶ୍ରୀ । ଏହି ପ୍ରତିଯୋଗିତା ଜିତିଥିବା ଓଡିଶାର ପ୍ରଥମ ଝିଅ ହେଉଛନ୍ତି ସ୍ନେହାଶ୍ରୀ ।

{"id":132275}

ସ୍ନେହାଶ୍ରୀ ଭୁବନେଶ୍ବର ସ୍ଥିତ ଓଲ୍ଡ ଟାଉନ୍ ର ବାସିନ୍ଦା । ତାଙ୍କ ବୟସ ୧୦ବର୍ଷ । ଗୌରୀଶଙ୍କର ରେସିଡେନ୍ସିଆଲ ସ୍କୁଲରେ ୭ମ ଶ୍ରେଣୀରେ ପାଠ ପଢୁଛନ୍ତି । ସ୍ନେହାଶ୍ରୀ ବହୁ ପ୍ରତିଯୋଗିତାରେ ଭାଗ ନେଇ ବିଭିନ୍ନ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।

{"id":132276}

ଓଡିଶା ଫ୍ୟାସନ ଭିଲ୍ଲା ତରଫରୁ ଭୁବନେଶ୍ବରଠାରେ ଆୟୋଜିତ ରାଜ୍ୟସ୍ତରୀୟ ମଡେଲ ପ୍ରତିଯୋଗିତାରେ ଓଡିଶା ଜୁନିଅର ଟପ୍ ମଡେଲସରେ ସେ ଟପ୍ ୧୦ଜଣଙ୍କ ମଧ୍ୟରେ ସ୍ଥାନ ପାଇ ଷ୍ଟାର ଆଇକନ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ପାଇଥିଲେ ।

{"id":132277}

ବ୍ୟାଙ୍କକଠାରେ ଆୟୋଜିତ ହେବାକୁ ଥିବା ଷ୍ଟାର ଆଇକନ ଇଣ୍ଟରନ୍ୟାସନାଲ ଗ୍ଲୋବରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.