ବିଜୁ ମହିଳା ଜନତା ଦଳର ସଭାପତି ହେଲେ ସ୍ନେହାଙ୍ଗିନୀ ଛୁରିଆ
31/12/2020 at 7:09 PM

ଭୁବନେଶ୍ବର ୩୧/୧୨: ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ନୂଆ ଦାୟିତ୍ବ। ବିଜୁ ମହିଳା ଜନତା ଦଳର ସଭାପତି ହେଲେ ସ୍ନେହାଙ୍ଗିନୀ ଛୁରିଆ । ତେବେ ଏନେଇ ବିଜେଡି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ଦାୟିତ୍ବ ଦିଆଯାଇଛି। ସେ ପୂର୍ବରୁ ହସ୍ତତନ୍ତ ଓ ବୟନଶୀଳ୍ପ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇ ସାରିଛନ୍ତି। ଏହା ପୂର୍ବରୁ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଥିଲେ ମିନତୀ ବେହେରା।