ସଲମାନ ଖାନଙ୍କ ଲକି ଗର୍ଲଙ୍କ ଫଟୋଶୁଟ୍, ବଏଫ୍ରେଣ୍ଡ ସହ ବ୍ରେକ୍ଅପ୍ ପରେ ଏବେ ବୋଲ୍ଡ ଅବତାରରେ ଏହି ଅଭିନେତ୍ରୀ
4/08/2019 at 2:50 PM

ମୁମ୍ବାଇ୪|୮: ବଲିଉଡର ସୁଲତାନ ସଲମାନ ଖାନଙ୍କ ସହ “ଲକି” ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ସ୍ନେହା ଉଲ୍ଲାଲ ଏବେ ପରଦାରେ ନଜର ଆସୁନାହାନ୍ତି । ହେଲେ ଏବେ କିଛି ଦିନ ହେବ ତାଙ୍କ ହଟ୍ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି। ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ଚେହେରା ଐଶ୍ବର୍ଯ୍ୟା ରାୟଙ୍କ ସହ ସମ୍ପୂର୍ଣ୍ଣ ଭାବେ ମିଶେ। ଏହି ୨ଜଣ ଅଭିନେତ୍ରୀ ଙ୍କୁ ଦେଖିଲେ ଦୁି ଭଉଣୀ ଭଳି ଲାଗନ୍ତି ।

ଉଭୟଙ୍କୁ ଦର୍ଶକ ମଧ୍ୟ ଭଉଣୀ କୁହନ୍ତି। ୨୦୦୫ ମସିହାରେ ବଲିଉଡରେ ଡେବ୍ୟୁ କରିଥିବା ସ୍ନେହା ତାଙ୍କ ଡେବ୍ୟୁ ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରିଥିଲେ। ସ୍ନେହାଙ୍କ ବିପକ୍ଷରେ ସଲମାନ ଖାନ ମୁଖ୍ୟ ଅଭିନେତା ଭାବେ ଅଭିନୟ କରିଥିଲେ। ୨୦୧୫ ମସିହାରେ ରିଲିଜ ହୋଇଥିବା ଫିଲ୍ମ ବେଜୁବାଁ ଇସ୍କରେ ସ୍ନେହାଙ୍କୁ ଶେଷ ଥର ପାଇଁ ପରଦାରେ ଦେଖାଯାଇଥିଲା। ସ୍ନେହା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି।

ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ତାଙ୍କ ଫଟୋରେ ସେ ବେଶ ହଟ୍ ଲାଗୁଛନ୍ତି। ବ୍ଲାକ୍ ଟିସାର୍ଟରେ ସେକ୍ସି ପୋଜ୍ରେ ଫଟୋଶୁଟ କରିଛନ୍ତି ସ୍ନେହା। ଏହା ବ୍ୟତୀତ ସ୍ନେହା ଅନେକ ପୋଜ୍ରେ ନିଜ ଫଟୋ ସେୟାର କରିଛନ୍ତି। ସ୍ନେହାଙ୍କ ଫଟୋକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି।

ସୂଚନାଯୋଗ୍ୟ ଯେ, ସ୍ନେହା ଏବେ କିଛି ଦିନ ତଳେ ନିଜ ପ୍ରେମିକ ଅୱି ମିତ୍ତଲଙ୍କ ସହ ବ୍ରେକ୍ଅପ୍ କରିଛନ୍ତି। ଏହା ପରେ ସ୍ନେହାଙ୍କ ବୋଲ୍ଡ ଲୁକ୍ ସାମ୍ନାକୁ ଆସିଛି। ସମୂଦ୍ର କୂଳରେ ସ୍ନେହା କାତିଲାନା ଅନ୍ଦାଜରେ ପୋଜ ଦେଇ ଫୋଟ ଉଠାଇଛନ୍ତି। ତାଙ୍କ ଫିଗର ଦେଖି ଅନେକ ଦର୍ଶକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି।