ଛିଙ୍କ ହୋଇନଥାଏ ଅଶୁଭ : ଜାଣନ୍ତୁ କେଉଁ ପ୍ରକାର ଛିଙ୍କର ହୋଇଥାଏ କିଭଳି ପ୍ରଭାବ
5/11/2019 at 2:30 PM

ଆଜିକାଲି ଯୁଗରେ ମଧ୍ୟ ଲୋକେ ଅନ୍ଧବିଶ୍ବାସକୁ ମାନୁଛନ୍ତି। ସେ ଶୁଭ,ଅଶୁଭକୁ ଦେଖି ଯେକୌଣସି କାମର ଆରମ୍ଭ କରିଥାଆନ୍ତି। କେତେକ ଲୋକ ଛିଙ୍କକୁ ଅଶୁଭ ମାନିଥାଆନ୍ତି। କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ଛିଙ୍କକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି। ଆସନ୍ତୁ ଛିଙ୍କ ଆସିଲେ କେତେବେଳେ ଶୁଭ ଏବଂ କେତେବେଳେ ଅଶୁଭ ହୋଇଥାଏ।
- ଏପରି କୁହାଯାଇଥାଏ ଯେ ଯଦି ଆପଣ କୌଣସି ଜରୁରୀ କାମରେ ବାହାରକୁ ଯାଉଛନ୍ତି ଏବଂ ପଛରୁ କେହି ଛିଙ୍କୁଛନ୍ତି ତାହେଲେ କୁହାଯାଇଥାଏ ଯେ କାମରେ ସହଜରେ ସଫଳତା ମିଳିଥାଏ।
- ଯଦି ଆପଣ ନୂଆ ଲୁଗା ପିନ୍ଧୁଛନ୍ତି ସେହି ସମୟରେ ଯଦି କେହି ଛିଙ୍କିଥାଆନ୍ତି ତେବେ ଏହା ଆପଣଙ୍କ ପାଇଁ ଦୁଇ ଗୁଣା ଖୁସିର ସଙ୍କେତ ଦେଇଥାଏ। ଏପରି କୁହାଯାଇଥାଏ ଯେ ଆପଣଙ୍କୁ ଖୁବ୍ ଶୀଘ୍ର ନୂଆ ପୋଷାକ ମିଳିବ।
- ଶୁଭ କାମ କରିବା ସମୟରେ ଛିଙ୍କ ଆସିଲେ କାମ ପୂରା ହେବାରେ ବାଧା ଆସିଥାଏ। କିନ୍ତୁ ଯଦି ଛିଙ୍କ ପରେ ପୁଣି ଥରେ ଛିଙ୍କ ଆସିଥାଏ ତେବେ ଏହାକୁ ଶୁଭ କୁହାଯାଇଥାଏ।
- ଯଦି ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଉଛନ୍ତି ଏବଂ ହସ୍ପିଟାଲକୁ ଯିବାବେଳେ ଛିଙ୍କ ଆସିଲେ ଏହାକୁ ଶୁଭ ସଙ୍କେତ କୁହାଯାଇଥାଏ। ଏପରି ହେବା ଦ୍ବାରା ରୋଗରୁ ମୁକ୍ତି ମିଳିଥାଏ।
Related Posts
ଚିକିତ୍ସକଙ୍କ ମହା ଆବିଷ୍କାର: ଦୃଷ୍ଟିଶକ୍ତି ମିଳିବା ହେବ ସହଜ
19 April 2021