ଟ୍ରିଟ୍ମେଣ୍ଟ ବଦଳରେ ଟିକ୍ଟକ୍ : ଚିକିତ୍ସାଧୀନ ଶିଶୁକୁ ବେଡରୁ ଉଠାଇ ଟିକ୍ଟକ୍ ଭିଡିଓ କଲେ ନର୍ସ, ଭିଡିଓ ଭାଇରାଲ
26/06/2019 at 1:34 PM

ମାଲକାନଗିରି ୨୬|୬: ଟ୍ରିଟମେଣ୍ଟ ବଦଳରେ ଟିକ୍ ଟକ୍ । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁ ନର୍ସଙ୍କ ଟିକଟକ ମସ୍ତିର ଭିଜୁଆଲ ଭାଇରାଲ ହୋଇଛି । ଚିକିତ୍ସାଧୀନ ପିଲାଙ୍କୁ ବେଡରୁ ଉଠାଇ ନର୍ସମାନେ ଭିଡିଓ ସୁଟିଂ କରିଛନ୍ତି । ନବଜାତ ଶିଶୁମାନେ ଜୀବନମରଣ ସହ ସଂଗ୍ରାମ କରୁଥିବାବେଳେ ନର୍ସଙ୍କ ମସ୍ତି ସମସ୍ତଙ୍କୁ ତାଜୁବ କରିଛି ।

ଭିଜୁଆଲରେ ଦେଖାଯାଉଥିବା ୩ ଜଣ ନର୍ସ ହେଲେ ନନ୍ଦିନି ରାୟ, ରୁବି ରାୟ ଓ ତାପସୀ ବିଶ୍ବାସ । ଟିକଟକ ଭିଡିଓ ଭାଇରାଲ ହେବା ପରେ ଏବେ ସବୁଠି ସେଇ ଚର୍ଚ୍ଚା ଚାଲିଥିବାବେଳେ ଆକ୍ସନ ମୋଡକୁ ଆସିଛନ୍ତି ମାଲକାନଗିରି ସିଡିଏମଓ । ସଂପୃକ୍ତ ୩ ଜଣ ନର୍ସଙ୍କୁ ଡାକି ପଚରା ଉଚୁରା କରାଯାଇଛି । ଅନୁସନ୍ଧାନ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଛନ୍ତି ମାଲକାନଗିରି ସିଡିଏମଓ ।
Related Posts
ଘଡଘଡି ସହ ବର୍ଷା, ୧୬ ଜିଲ୍ଲାକୁ ଆଲର୍ଟ କଲେ ପାଣିପାଗ ବିଭାଗ
18 April 2021