ଗ୍ୟାରେଜ୍ କେଉଁଠି? ଏମିତି ପଚାରି ଟଙ୍କା ବ୍ୟାଗ୍ ଝାମ୍ପି ନେଲେ ଦୁର୍ବୃତ୍ତ: ବିରୋଧ କରିବାରୁ ଦେଖାଇଲେ ବନ୍ଧୁକ

Published By : Prameya-News7 Bureau | November 02, 2020 IST

ଆଠଗଡ୨/୧୧: ଗ୍ରାହକସେବା କର୍ମଚାରୀଙ୍କୁ ବନ୍ଧୁକ ଏବଂ ଖଣ୍ଡା ଦେଖାଇ ୬୦ ହଜାର ଟଙ୍କା​‌ ଲୁଟ୍ ଅଭିଯୋଗ। ଖୁଣ୍ଟୁଣି-ନରସିଂହପୁର ରାସ୍ତା କୁଲାଇଲ ଉଦୟପୁର ଛକରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ଆଠଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ଏତଲା ମୁତାବକ, ଗୋଟିଏ ନୀଳ ରଙ୍ଗ ପଲସର ଗାଡ଼ିରେ ତିନି ଜଣ ଯୁବକ ଆସି ସଞ୍ଜୟ ସ୍ୱାଇଁ ନାମକ ଜଣେ ଗ୍ରାହକ ସେବା କର୍ମଚାରୀଙ୍କୁ ଅଟକାଇ ଥିଲେ। କେଉଁଠି ଗ୍ୟାରେଜ୍‌ ଅଛି ବୋଲି ତାଙ୍କୁ ପଚାରିଥିଲେ। ଏହି ସମୟ ମଧ୍ୟରେ ଅନ୍ୟ ଜଣେ ଯୁବକ ହଠାତ ସଞ୍ଜୟଙ୍କୁ ଏକ ଖଣ୍ଡରେ ଆକ୍ରମଣ କରିବା ସହ ତାଙ୍କୁ ଗୋଇଠା ମାରିଥିଲେ। ଏହା ସେ ଧରିଥିବା ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ।

ଏନେଇ ସଞ୍ଜୟ ପାଟି କରିବାରୁ କିଛି ଲୋକ ସେମାନଙ୍କ ପିଛା ମଧ୍ୟ କରିଥିଲେ। କିଛି ବାଟ ଗଲାପରେ ସେମାନେ ଭୟଭୀତ କରିବା ପାଇଁ ଏକ ରାଉଣ୍ଡ ଗୁଳି ଚାଳନା କରି ସେଠାରୁ ଫେରାର ହୋଇଯାଇଥିଲେ। ବ୍ୟାଗରେ ଏକ ଲକ୍ଷ ଟଙ୍କା ଥିବାବେଳେ ଦୁଇଟି ଚେନ୍ ଖୋଲି ସେଥିମଧ୍ୟରୁ ୬୦ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଏହାପରେ ବ୍ୟାଗ୍‌ଟିକୁ ଫିଙ୍ଗି ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.