Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନା ଟିକା ନେବେ ପ୍ରଧାନମନ୍ତ୍ରୀ ମୋଦି, ୨ୟ ପର୍ଯ୍ୟାୟରେ ସମସ୍ତ ମୁଖ୍ୟମନ୍ତ୍ରୀ ଓ ସାଂସଦଙ୍କୁ ଭ୍ୟାକ୍‌ସିନ୍‌‌
  • ||
  • ଦେଶରେ କରୋନା ସଂକ୍ରମଣ ହ୍ରାସ ପରେ ପୁଣି ବୃଦ୍ଧି, ଗତ ୨୪ଘଣ୍ଟାରେ ୧୫,୨୨୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ସାନଖେମୁଣ୍ଡି : ପାହାଡ ତଳକୁ ଖସିଲା ବସ୍, ହେଲ୍‌ପର ଗୁରୁତର
  • ||
  • ବୌଦ୍ଧ : ଅଟୋକୁ ଧକ୍କା ଦେଲା ହାଇଓ୍ବା : ଚାଲିଗଲା ମା’, ପୁଅ ଓ ଝିଅଙ୍କ ଜୀବନ
  • ||
  • ବ୍ରହ୍ମପୁର : ପଛରୁ ଆସି ଝାମ୍ପି ନେଲେ ୨ଲକ୍ଷ ଟଙ୍କା, ଲୁଟେରାଙ୍କ ଆକ୍ରମଣରେ ବାଇକ ଆରୋହୀ ଗୁରୁତର
  • ||
  • ବ୍ରହ୍ମପୁର : ୪୫ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍‌, ଘରୁ ଜବତ ହେଲା ନଗଦ ୧୭ଲକ୍ଷରୁ ଅଧିକ ଟଙ୍କା
  • ||
  • ବ୍ରହ୍ମପୁରରେ ନକଲି ଲଙ୍କାଗୁଣ୍ଡ କାରଖାନା ଠାବ, ବିପୁଳ ପରିମାଣର ସାମଗ୍ରୀ ଜବତ
  • ||
  • ମୋହନା : ଅପରେସନ୍ ଗ୍ରୀନ କ୍ଲିନ୍, ପୁଣି ୧୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
  • ||
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||

ଫୋନ୍‌ରେ କଥା ହେବା ବେଳେ ମୋବାଇଲ୍ ଝାମ୍ପି ନେଲେ ଦୁର୍ବୃତ୍ତ

14/07/2020 at 10:38 PM

ବାଲିପାଟଣା ୧୪/୭: ଫୋନ୍‌ରେ କଥା ହେବା ବେଳେ ମୋବାଇଲ୍ ଝାମ୍ପି ନେଲେ ଦୁର୍ବୃତ୍ତ। କାନରେ ଫୋନ୍ ଲଗାଇ ନିଛାଟିଆ ରାସ୍ତାରେ ଯିବା ବେଳେ ଲୁଟେରାମାନେ ତାଙ୍କ ଫୋନ୍ ଛଡ଼ାଇ ନେଇଥିଲେ। ସେହି ସମୟରେ ସେହି ବ୍ୟକ୍ତି ଲୁଟେରାଙ୍କ ବାଇକ୍‌ ପଛକୁ ଟାଣି ଧରିଥିଲେ। ଯାହାଫଳରେ ବାଇକ୍‌ର ଭାରସାମ୍ୟ ହରାଇ ଲୁଟେରାମାନେ ତଳେ ପଡିଯାଇଥିଲେ। ଏହି ସମୟରେ ସ୍ଥାନୀୟ ଲୋକେ ଲୁଟେରାଙ୍କୁ କାବୁ କରି ଉତ୍ତମ ମଧ୍ୟମ ଦେଇଥିଲେ। ତିନି ଲୁଟେରାଙ୍କ ମଧ୍ୟରୁ ଦୁଇଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି । ବାଳକାଟି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଲୁଟେରାଙ୍କୁ ଫାଣ୍ଡିକୁ ଆଣି ପଚରା ଉଚରା କରୁଛି । ଏହା ସହ ଲୁଟେରାଙ୍କ  OD02-AE-9508 ନମ୍ବର ବାଇକ୍ କୁ ଜବତ କରିଛି ପୋଲିସ । ଝାମ୍ପି ନେଇଥିବା ମୋବାଇଲ ମଧ୍ୟ ଲୁଟେରା ପାଖରୁ ମିଳିଛି ।

   Related Posts