ଆଜି ପବିତ୍ର ଦେବସ୍ନାନ ପୁର୍ଣ୍ଣିମା : ୧୦୮ ଗରା ଜଳରେ ସ୍ନାନ କରିବେ ମହାପ୍ରଭୁ

Published By : Prameya-News7 Bureau | June 17, 2019 IST

ପୂରୀ ୧୭/୬ : ଆଜି ପବିତ୍ର ଦେବସ୍ନାନ ପୁର୍ଣ୍ଣିମା । ମହାପ୍ରଭୁ ରତ୍ନବେଦିରୁ ସ୍ନାନବେଦିକୁ ଓହ୍ଲାଇ ଆସିବେ । ୧୦୮ ଗରା ଜଳରେ ସ୍ନାନ କରିବେ । ଏହି ଉତ୍ସବ ପାଇଁ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେନାପଟା ଲାଗି ଓ ଚାରମାଳ ବନ୍ଧା କାର୍ଯ୍ୟ ଶେଷ ହୋଇଛି । ସେପଟେ ଭିଡ଼କୁ ନଜରରେ ରଖି  କଡ଼ା ସୁରକ୍ଷା ଓ ଟ୍ରାଫିକ ବନ୍ଦୋବସ୍ତ କରାଯାଇଛି ।…..

{"id":123835}

ଦେବସ୍ନାନ ପୁର୍ଣ୍ଣିମାରେ ଗଜାନନ ବେଶରେ ଦର୍ଶନ ଦେବେ ଶ୍ରୀଜୀଉ  । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ଦଇତାପତି ମାନେ ସେନାପଟା ଲାଗି କାର୍ଯ୍ୟ ସଂପନ୍ନ କରିଛନ୍ତି  । ସେହିପରି କୋଠ ସୁଆଁସିଆମାନେ ରତ୍ନ ସିଂହାସନରେ ଚାରମାଳ ବାନ୍ଧି ପହଣ୍ଡି ପାଇଁ ପ୍ରସ୍ତୁତି କରିଛନ୍ତି । ଭୋର ୪.୩୦ରେ ମହାପ୍ରଭୁଙ୍କୁ ପହଣ୍ଡି ଆରମ୍ଭ ହୋଇଛି ।  ପରେ ସମସ୍ତ ଦୈନନ୍ଦିନ ନୀତି କରାଯାଇ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯିବ । ଅପରାହ୍ନ ୪ ଟାରେ ହାତୀ ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ଜ୍ବରରେ ପଡ଼ି ଦିଅଁଙ୍କ ଉପଚାର ଚାଲିଥାଏ । ଏଣୁ ଶ୍ରୀମନ୍ଦିରରେ ପଟ୍ଟି ଦିଅଁକୁ ଦର୍ଶନ କରିଥାଆନ୍ତି ଭକ୍ତ । ତେଣୁ ପଟ୍ଟିଦିଅଁ ନିର୍ମାଣ କାମ ବି ଚିତ୍ରକର ସାହି ଏବଂ ବାସେଳି ସାହିରେ ଚାଲିଛି ।

{"id":123836}

ସେପଟେ ଦେବସ୍ନାନ ପୁର୍ଣ୍ଣିମା ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ଟ୍ରାଫିକ୍ କଟକଣା କରାଯାଇଛି। ଗତକାଲି କେନ୍ଦ୍ରାଞ୍ଚଳ ଆଇଜି ପୁରୀରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବା ସହ ସମୀକ୍ଷା କରିଛନ୍ତି । ୩ ଜଣ ଏସପି, ୯ ଜଣ ଅତିରିକ୍ତ ଏସପି, ୧୬ ଜଣ ଡ଼ିଏସପିଙ୍କ ସହ ୪୨ ପ୍ଲାଟୁନ୍ ପୋଲିସ ଫୋର୍ସ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ଦାୟିତ୍ବରେ ରହିବେ ।

{"id":123837}

ସ୍ନାନପୁର୍ଣ୍ଣିମା ଅବସରରେ ୩ ରଥର ୪ ନାହାକା ଟେକାଯିବାର ପରମ୍ପରା ରହିଛି । ଏଥିପାଇଁ ରଥଖଳାରେ ବିଶ୍ୱକର୍ମା ମାନେ ମଧ୍ୟ ରଥ ପ୍ରସ୍ତୁତିରେ ଲାଗି ପଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.