ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ମହାବୀର ଜୟନ୍ତୀ, ଏହି ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

Published By : Prameya-News7 Bureau | April 14, 2021 IST

ପୁରୀ ୧୪।୦୪: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ମହାବୀର ଜୟନ୍ତୀ। ଏଥିସହ ଓଡ଼ିଆ ନବବର୍ଷ। ଏଥିପାଇଁ ଶ୍ରୀମନ୍ଦିରରେ ପାଳନ ହେଵ ସ୍ୱତନ୍ତ୍ର ନୀତିକାନ୍ତି। ଶ୍ରୀମନ୍ଦିରରେ ସକାଳଧୂପ ନୀତି ସରିବା ପରେ ଦକ୍ଷିଣ ଘରେ ଥିବା ଶ୍ରୀ ହନୁମାନଙ୍କୁ  ରତ୍ନସିଂହାସନକୁ ଅଣାଯାଇ ପୂଜପଣ୍ଡା ସେବାୟତଙ୍କ ଦ୍ୱାରା ଆଜ୍ଞାମାଳ ପ୍ରଦାନ କରାଯିବ । ଏହାପରେ ବିମାନରେ ଶ୍ରୀ ହନୁମାନ ଶ୍ରୀମନ୍ଦିରର ପୂର୍ଵ ଦ୍ୱାରରେ ଥିବା ହନୁମାନଙ୍କ ନିକଟକୁ ନିଆଯାଇ ପୂଜାର୍ଚ୍ଚନା କରାଯିବା ପରେ ଜଗନ୍ନାଥ ବଲ୍ଲଭ ମଠ ଓ ଦରିଆ  ମହାବୀରଙ୍କ ନିକଟକୁ ନିଆଯିବ । 

ସେପଟେ ଶ୍ରୀକ୍ଷେତ୍ରର ଜାଗା ଆଖଡାରେ ପରମ୍ପରାକୁ ରକ୍ଷା ପାଇଁ ମହାବୀରଙ୍କ ପୂଜାର୍ଚ୍ଚନା, ପଣା ଓ ଛତୁଆ ଭୋଗ କରାଯାଏ। ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ପାଳନ ପାଇଁ ଚଳଚଞ୍ଚଳ ଓ ଉତ୍ସବମୁଖରିତ ଥାଏ ଶ୍ରୀକ୍ଷେତ୍ର।  ପବିତ୍ର ହନୁମାନ ଜୟନ୍ତୀରେ ଶ୍ରୀକ୍ଷେତ୍ରରେ ଥିବା ୫୦ରୁ ଅଧିକ ଜାଗା ଆଖଡାରେ ଆଜି ଦିନକୁ ବେଶ୍ ଆଡମ୍ବର ସହ ପାଳନ କରାଯାଇଥାଏ। ମଲ୍ଲଯୋଦ୍ଧା ଓ ଯୁବକ ମାନେ ନୂତନ ବସ୍ତ୍ର ପରିଧାନ କରି ମାଟିକୁସ୍ତି ସହ ମଲ୍ଲବିଦ୍ୟା,ବ୍ୟାୟାମ କରିଥାନ୍ତି। କିନ୍ତୁ କରୋନା ପାଇଁ ସମସ୍ତ ଜାଗା ଆଖଡା ବନ୍ଦ ହୋଇଯାଇଥିବାରୁ କେବଳ ବିଧି ରକ୍ଷା ପୂର୍ବକ ଜାଗା ଆଖଡାର ଇଷ୍ଟ ଦେବତା ହନୁମାନଙ୍କ ପୂଜାର୍ଚ୍ଚନା କରାଯାଇଛି। ଆଜିଠାରୁ ମଧ୍ୟ  ନୂତନ ପଞ୍ଜିକା ପ୍ରଚଳନ ଆରମ୍ଭ ହୋଇଥାଏ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.