Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

କେରଳରେ ଠାବ ହେଲା ସ୍ନେକହେଡ୍ ମାଛ ପ୍ରଜାତି, ବୈଜ୍ଞାନିକ କହିଲେ- ଏହା ଜୀବିତ ଜୀବାଶ୍ମ

30/09/2020 at 6:15 PM

ନୂଆଦିଲ୍ଲୀ ୩୦/୦୯: କେରଳ ପଶ୍ଚିମଘାଟରୁ ବୈଜ୍ଞାନିକମାନେ ଏକ ଦୁର୍ଲଭ ମାଛର ସନ୍ଧାନ ପାଇଛନ୍ତି। ଏହା ବିଶ୍ବରେ ଥିବା ମାଛ ପ୍ରଜାତି ଠାରୁ ପୂରାପୂରି ଭିନ୍ନ। ତେବେ ଏହା ହେଉଛି ସ୍ନେକହେଡ୍ ମାଛ ପ୍ରଜାତିର ଅର୍ଥାତ୍ ଏ ନୂଆ ପ୍ରଜାତି ସାପ ଭଳି ମୁହଁଥିବା ମାଛ। ଏହାର ନାଁ ରଖାଯାଇଛି ‘ଗୋଲମ’। ଏନିଗାମଚନା ଗୋଲୁମ ନାଁରେ ଏହାର ନାମକରଣ କରାଯାଇଛି। ପୂର୍ବରୁ ଏଭଳି ମାଛ କେବେ ଦେଖି ନ ଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି। ଭାରତ ଓ ବ୍ରିଟେନ ବୈଜ୍ଞାନିକ ଏହି ମାଛକୁ ଠାବ କରିଛନ୍ତି।

ସ୍ନେକହେଡ୍ ମାଛ ମଧୁର ଜଳ ପ୍ରଜାତିର। ମୁଖ୍ୟତଃ ଆଫ୍ରିକା ଓ ଏସିଆରେ ଦେଖିବାକୁ ମିଳନ୍ତି। ଏମାନେ ଶିକାରକାରୀ ମାଛ। ଏମାନଙ୍କର ବଡ଼ ପାଟି ଓ ଚିକଚିକ ଦାନ୍ତ ଅଛି। ଗୋଲୁମ ସ୍ନେକହେଡ୍ ମାଛର ବିଶେଷତ୍ବ ହେଉଛି ଏମାନଙ୍କୁ ବୈଜ୍ଞାନିକ ‘ଲିଭିଂ ଫସିଲ’ ବା  ‘ଜୀବିତ ଜୀବାଶ୍ମ’ କହିଛନ୍ତି। ତେବେ ଏହା ଗଭୀର ଜଳ ମଧ୍ୟରେ ଲୁଚି ରହିଥିବାରୁ ଏହାର ସନ୍ଧାନ ମିଳି ନ ଥାଏ । ଦୁଇ ବର୍ଷ ତଳେ ଆକସ୍ମିକ ଭାବେ ଏହାର ଦୁଇ ପ୍ରଜାତି ଠାବ କରାଯାଇଥିଲା। ସେଥିରୁ ଗୋଟିଏ କେରଳର ଚାଷ ଜମିରେ ଦେଖିବାକୁ ମିଳିଥଲା। ପ୍ରଥମେ ସାମଜିକ ଗଣମାଧ୍ୟମରେ ଏ ମାଛର ଫଟୋ ସେୟାର ହୋଇଥିଲା।

କୂଅ ଖାଲି କରିବା ସମୟରେ ଏ ଧରଣର ମାଛ ପ୍ରଜାତି ସାଧାରଣ ଦେଖିବାକୁ ମିଳେ। ତେବେ ଏନିଗମଚନ୍ନା ପ୍ରଜାତିର ମାଛର ଅନ୍ୟ ପ୍ରଜାତିକୁ ଏନିଗମଚନ୍ନା ମହାବଳୀ ମଧ୍ୟ କୁହାଯାଏ। ଏହାକୁ ମଧ୍ୟ ବର୍ଷକ ତଳେ କେରଳରେ ଠାବ କରାଯାଇଥିଲା। ସେ ସମୟରେ ଏହା ଜଣେ ଲୋକଙ୍କ କୂଅ ସଫା କରିବା ବେଳେ ଏହାର ସନ୍ଧାନ ମିଳିଥିଲା। ପରେ ଗୋଲୁମ ଓ ମହାବଳୀ ସ୍ନେକହେଡ୍ ଫ୍ରେସଓ୍ବାଟର ଫିସ୍ ଚଣ୍ଡିଦେ ନାଁରେ ପରିଚତ ହେଲେ।

   Related Posts