ଏହି ସାପର ମୂଲ୍ୟ ୫୦ ଲକ୍ଷ ଟଙ୍କା, ଅର୍ନ୍ତଜାତୀୟ ବଜାରରେ ଏହାର ମୂଲ୍ୟ ବହୁତ ଅଧିକ, କାହିଁକି ଜାଣନ୍ତୁ

Published By : Prameya-News7 Bureau | November 05, 2019 IST

ମୁମ୍ବାଇ୫/୧୧: ମହାରାଷ୍ଟ୍ରର ନଭି ମୁମ୍ବାଇ ଟାଉନସିପ୍‌ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ପାଖରୁ ୫୦ ଲକ୍ଷ ଟଙ୍କା ମୂଲ୍ୟର ଗୋଟିଏ ରେଡ୍‌ ସ୍ୟାଣ୍ଡ ବୋଆ ସାପ୍‌ ( Sand boa snake) ଜବତ ହୋଇଛି।  ଏହି ମୂଲ୍ୟବାନ ସାପଟି ବିରଳ ପ୍ରଜାତି ବୋଲି ଜଣା ପଡ଼ିଛି। ଏହି ସାପଟିକୁ ବିକ୍ରି କରୁଥିବା ବ୍ୟକ୍ତିକୁ ପୋଲିସ ଗିରଫ କରିଛି।

{"id":179575,"width":579,"height":443}
ସ୍ୟାଣ୍ଡ ବୋଆ ସାପ

ପୋଲିସ ଅଧିକାରୀ ନୀଲେଶ ରଣେଙ୍କ କହିବା ଅନୁସାରେ ନଭି ମୁମ୍ବାଇର ପନବେଲ ଅଞ୍ଚଳ ପାଖରେ ଥିବା ଏକ ବଜାରରୁ ଏହି ବିରଳ ପ୍ରଜାତିର ସାପକୁ ଜବତ କରାଯାଇଥିଲା। ଏହି ସାପର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ଏହି ସାପକୁ ବିକ୍ରି କରିବା ସମୟରେ ୨୦ ବର୍ଷ ବୟସ୍କ ଯାଦବ ନାମକ ଜଣେ ବ୍ୟକ୍ତିକୁ ପୋଲିସ ଗିରଫ କରିଛି। ଭାରତୀୟ ଦଣ୍ଡବିଧାନ ଓ ବନ୍ୟଜୀବ ସଂରକ୍ଷଣ ଅଧିନିୟମ ଅନୁସାରେ ବ୍ୟକ୍ତି ନାଁରେ ମାମଲା ରୁଜ୍ଜୁ ହୋଇଛି।

{"id":179576,"width":583,"height":427}
ସ୍ୟାଣ୍ଡ ବୋଆ ସାପ

ଏହି ବିରଳ ପ୍ରଜାତି ସାପକୁ ବ୍ୟବହାର କରି ବହୁ ମାରାତ୍ମକ ରୋଗର ଔଷଧ ତିଆରି ହୋଇଥାଏ। ଏଥିସହ ବିଦେଶ​‌ରେ ବ୍ୟବହାର ହେଉଥିବା ଦାମୀ କସ୍‌ମେଟିକ୍‌ ଜିନିଷ ଏହି ସାପ ଶରୀରରୁ ତିଆରି ହୋଇଥାଏ।  ଏହି ସ୍ୟାଣ୍ଡ ବୋଆ ସାପ ଶରୀରକୁ ବିଦେଶୀମାନେ ବ୍ୟବହାର କରିଥାଆନ୍ତି। ଅର୍ନ୍ତଜାତୀୟ ବଜାରରେ ଏହି ସାପର ମୂଲ୍ୟ ବହୁତ ଅଧିକ ରହିଛି। ଏହି ସାପର ବିଷ ନ ଥାଏ। ଅନ୍ୟ ସାପ ତୁଳନାରେ ଏହି ସାପର ଆକାର ସମ୍ପୂର୍ଣ୍ଣ ଭିନ୍ନ।

{"id":179577,"width":576,"height":356}
ସ୍ୟାଣ୍ଡ ବୋଆ ସାପ

ଏହି ସାପର ସିଟ୍‌ ଓ ଲାଞ୍ଜ ଗୋଲାକାର ହୋଇଥାଏ। ସ୍ୟାଣ୍ଡ ବୋଆ ସାପ୍‌ର ଦୁଇଟି ସିଟ୍‌ ଥିବା କଥା କୁହାଯାଏ। ଏହା ଭୁଲ ପ୍ରକୃତରେ ସ୍ୟାଣ୍ଡ ବୋଆ ସାପର ଗୋଟିଏ ସିଟ୍ ଥାଏ। ଏହି ସାପକୁ ନେଇ ଲୋକଙ୍କ ମନରେ ଭ୍ରମ ଧାରଣ ରହିଛି। ଏହି ସାପ କାହାର କ୍ଷତି କରେ ନାହିଁ। ରାତିରେ ସ୍ୟାଣ୍ଡ ବୋଆ ସାପ ପଦାକୁ ବାହାରି ଥାଏ। ଏହି ବିରଳ ପ୍ରଜାତି ସାପର ଶରୀର ମୋଟା ହୋଥିବାରୁ ସେ ଧୀରେ ଧୀରେ ଗତି କରିଥାଏ। ଏହି ସାପ୍ ଏକାସାଙ୍ଗରେ ଛଅଟି ଛୁଆ ଜନ୍ମ ଦିଏ। ରେଡ୍‌ ସ୍ୟାଣ୍ଡ ବୋଆ ସାପ ଶରୀରରୁ ମୂଲ୍ୟବାନ ଜିନିଷ ତିଆରି ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.