ଘରେ ସାପ ସାଲୁବାଲୁ, ହାଣ୍ଡି ଭିତରୁ ମାଆ ସାପ ସହ ୪୩ ଛୁଆ ଓ ୫୮ ଅଣ୍ଡା ଉଦ୍ଧାର

Published By : Prameya-News7 Bureau | June 26, 2020 IST

ଭଦ୍ରକ, ୨୬|୦୬ :  ବର୍ଷାଦିନ ଆସିବାରୁ ଏବେ ବିଭିନ୍ନ ପ୍ରଜାତିର ସାପ ଅଣ୍ଡା ଦେଉଛନ୍ତି । ଏହି ସମୟରେ ସାପଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥାଏ । ଗୋଟିଏ ସାପ ୧୦ରୁ ଅଧିକ ଅଣ୍ଡା ଦେବାର ନଜିର ମଧ୍ୟ ରହିଛି ।

ଭଦ୍ରକ ରଙ୍ଗରାଜପୁର ଗ୍ରାମରୁ ସାପ ଓ ସାପ ଛୁଆଙ୍କୁ ଉଦ୍ଧାର କରାଯାଇଛି । ବିଜୟ ଵିଶ୍ଵାଳଙ୍କ ଘରୁ ୪୩ ଟି ଛୋଟ ସାପ ଓ ପ୍ରାୟ ୫୮ ଟି ଅଣ୍ଡା ଉଦ୍ଧାର ହୋଇଛି ।  ମା ସାପକୁ  ସାପ ଧରାଳି ମିର୍ଜା ଉଦ୍ଧାର କରିଥିବା ସୂଚନା ମିଳିଛି । ବିଜୟଙ୍କ ଘରେ ପ୍ରତିଦିନ ସାପ ବାହାରୁଥିଲା । ଏନେଇ ସେ ସାପ ଧରାଳିଙ୍କୁ ଜଣାଇଥିଲେ । ଏହାପରେ ସେ ବିଜୟଙ୍କ ଘରକୁ ଆସି ଏକ ହାଣ୍ଡି ଭିତରୁ ସାପ ଛୁଆ ଓ ଅଣ୍ଡାକୁ ଉଦ୍ଧାର କରିଛନ୍ତି ।

{"id":291978,"width":686,"height":914,"sizeSlug":"large"}

ସାପ ଛୁଆ ଉଦ୍ଧାର ସମୟରେ ଅନେକ ସ୍ଥାନୀୟ ଲୋକେ ଏହାକୁ ଦେଖିବା ପାଇଁ ଗହଳି କରିଥିଲେ । ତେବେ ଉଦ୍ଧାର ହୋଇଥିବା ସାପଙ୍କୁ ସ୍ଥାନୀୟ ଜଙ୍ଗଲରେ ଛାଡି ଦିଆଯିବ ବୋଲି ସାପଧରାଳି କହିଛନ୍ତି । ତେବେ ଏହି ବର୍ଷାଦିନେ ସାପକୁ ନେଇ ସତର୍କ ରହିବା ପାଇଁ ସମସ୍ତଙ୍କୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.