ବିଅର କେନରେ ମୁଣ୍ଡପୁରାଇ ଫସିଗଲା ନାଗରାଜ, କେନ୍ କାଟି ଅକ୍ଷତ ଅବସ୍ଥାରେ ଉଦ୍ଧାର କଲେ ସାପଧରାଳୀ

Published By : Prameya-News7 Bureau | March 05, 2019 IST

ଭଦ୍ରକ ୫/୩-  ମଦ ହେଉ, କି ଥଣ୍ଡା ପାନୀୟ  । ପିଇବା ପରେ ସେହି ଡବାକୁ ଡଷ୍ଟବିନରେ ପକାଇ ଦିଅନ୍ତି। ଆଉ ଯଦି ଏଠି ସେଠି ପକାଇ ଦେଉଛନ୍ତି , ସେହି ଡବା ଅନ୍ୟ ଜୀବ ଜନ୍ତୁଙ୍କ ମୃତ୍ୟର କାରଣ ପାଲଟିଯିବ । ବିୟର କେନ୍ ଭିତରେ ଏକ ନାଗ ସାପ ମୁଣ୍ଡ ପୁରାଇ ଦେଇ ବାହାରି ପାରୁନି, ଆଉ ଶେଷରେ ସାପ ଧରାଳି ଆସି ତାକୁ ଉଦ୍ଧାର କରୁଛନ୍ତି ।

{"id":90953}

ଜାତୀୟ ରାଜପଥ ପାର୍ଶରେ ପଡି ରହିଛି ଖାଲି ବିୟର ଡବା । ଗୋଟିଏ ଡବା ଭିତରେ ପଶିଯାଇଛି ଏହି ନାଗ ସାପ । କତେ ଦିନ  ହେଲା ପଶିଛି , କେହି କହି ପାରୁ ନାହାଁନ୍ତି । ତବେ ସାପଟି ହିଂସ୍ର ହୋଇ ଯାଇଛି । ଭଦ୍ରକ ଜିଲ୍ଲା 16 ନମ୍ବର ଜାତୀୟ ରାଜପଥର ଧାମନଗର ଛକ ନିକଟର ଏହି ଦୃଶ୍ୟ ।  ପାଣି ପିଇବା ପାଇଁ ହେଉ କି ଖାଦ୍ୟ ଖାଦ୍ୟ ଅନୁଷଣରେ ସାପଟି ଡବା ଭିତରକୁ ପଶିଯାଇଛି । ପଶି ଯିବା ପରେ ଆଉ ବାହାରି ପାରୁନି , ଶେଷରେ ସାପ ଧରାଳି ମିର୍ଜ। ଆରିଫ ପହଂଚି ଉଦ୍ଧାର କରିଛନ୍ତି । ତେବେ ଉଦ୍ଧାର କରିବା ସହଜ ନଥିଲା । ବହୁ ସତର୍କତାର ସହ ଡବାକୁ କାଟି ବାହାର କରୁଛନ୍ତି । ନିଜ ହାତରେ ସିନା ଛୁରୀ ବାଜିଗଲା , ହେଲେ ସାପ ସୁରକ୍ଷିତ ଭାବେ ବାହାରିଲା । 

{"id":90954}

ଶିବ ରାତ୍ରୀ ପୂର୍ବ ଦିନ ଘଟିଥିଲା ଏହି ଘଟଣା । ସାପଟି ଫେଣା ବାହାର କରିବା ପରେ ପୁରା ହିଂସ୍ର ହୋଇ ଯାଇଥିଲା । ଦେଖନ୍ତୁ କିଭଳି ସାପ ଧରାଳିଙ୍କ ଗ୍ଲୋବ୍ସ କାମୁଡି ବିଷ ଢାଳି ଦେଉଛି । ଏତିକିରେ ସରି ନଥିଲା ତା ରାଗ , ପୁଣି ସାପ ଧରାଳିକୁ ଚୋଟ ମାରିବା ପାଇଁ ଉଦ୍ୟମ କରୁଛି । ତବେ ଅକ୍ଷତ ଅବସ୍ଥାରେ ସାପକୁ ବାହାର କରି ନିରାପଦ ସ୍ଥାନରେ ଛାଡିଲେ ସାପ ଧରାଳି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.