Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ, ୧୯୩୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଢ଼ି ଚାଲିଛି କରୋନା ସଂକ୍ରମଣ, ମହାରାଷ୍ଟ୍ରରେ ଆଜିଠାରୁ ମେ ପହିଲା ପର୍ଯ୍ୟନ୍ତ ୧୪୪ ଧାରା
  • ||
  • ଜଗତସିଂହପୁର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି : ମା ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା, ନୀତି ସମ୍ପନ୍ନ କରିବେ ସେବାୟତ
  • ||
  • ବାରଙ୍ଗ : ନନ୍ଦନକାନନକୁ ନୂଆ ଅତିଥି, ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା
  • ||
  • ୨ହଜାର ଟପିଲା ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୨୬୭ ପଜିଟିଭ୍ ଚିହ୍ନଟ
  • ||

ବାଇକ ହ୍ୟାଣ୍ଡେଲରୁ ଉଦ୍ଧାର ହେଲା ନାଗ ସାପ, କରୁଥିଲା ଗର୍ଜନ

5/03/2021 at 9:19 AM

ନୀଳଗିରି,୦୫|୦୩: ବାଇକ୍ ହାଣ୍ଡେଲରେ ରହିଛି ନାଗସାପ । ଫଣା ଟେକି ଡରାଉଛି ।  ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ଭଉଁରୀଆବାଡ଼ ପଞ୍ଚାୟତ ତୁଳସିଡିହା ଗ୍ରାମରୁ ଏକ ବାଇକ ହ୍ୟାଣ୍ଡଲରୁ ନାଗ ସାପ ଉଦ୍ଧାର କରାଯାଇଛି।

ସୂଚନାନୁସାରେ, ଗ୍ରାମର ଅଭୟ ସିଂଙ୍କ ବାଇକ ହ୍ୟାଣ୍ଡେଲ ଭିତରେ ଏକ ସାପ ଦେଖିବାକୁ ମିଳିଥିଲା । ଏହା ଗର୍ଜନ କରୁଥିବାର ଶୁଣିବାକୁ ପାଇଥିଲେ ଅଭୟ। ତେବେ ଗ୍ରାମର ବସନ୍ତ ବିନ୍ଧାଣି, ଅକ୍ଷୟ ବିନ୍ଧାଣି ଓ ସୁଶୀଲ ସିଂ ମିଳିତ ଭାବେ ବହୁ ସତର୍କତାର ସହ ସାପଟିକୁ ଖୋଲି ପାଖ ଜଙ୍ଗଲରେ ଛାଡ଼ିଦେଇଛନ୍ତି।

ଏବେ ରାଜ୍ୟରେ ଅଧିକ ତାତି ଅନୁଭୂତ ହେଉଥିବାରୁ ସାପମାନେ ଗାତରୁ ବାହାରି ଆସି ଥଣ୍ଡା ସ୍ଥାନକୁ ଚାଲିଯାଉଛନ୍ତି । ଖରାଦିନେ ମଧ୍ୟ ସାପ ଅଧିକ ଦେଖାଯାଆନ୍ତି । ଥଣ୍ଡା ଲାଗୁଥିବା ସ୍ଥାନରେ ସେମାନେ ଆଶ୍ରୟ ନିଅନ୍ତି ।

   Related Posts