ଜାଲରେ ପଡିଲା ବିଷଧର ତମ୍ପ, ଉଦ୍ଧାର ପରେ ଛଡାଗଲା ଜଙ୍ଗଲରେ

Published By : Prameya-News7 Bureau | October 20, 2021 IST

ସାଲେପୁର ୨୦।୧୦: ଜାଲରେ ପଡିଲା ବିଷଧର ତମ୍ପ ସାପ  । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ବହୁଗ୍ରାମରେ । ବହୁଗ୍ରାମ ଅଞ୍ଚଳରେ ବାବୁନା କାଣ୍ଡି ନାମକ ଜୈନକ ବ୍ୟକ୍ତିଙ୍କ ବାଡିରେ ଥିବା ପୋଖରୀରୁ ଏହି ସାପଟି ଜାଲରେ ପଡିଥିବା ସୂଚନା ମିଳିଛି ।

ବାବୁନା କାଣ୍ଡି ସକାଳେ ତାଙ୍କ ବାଡିକୁ ମାଛ ଧରିବା ପାଇଁ ଯିବା ବେଳେ ଏହି ସାପଟିକୁ ଜାଲରେ ଲାଗିଥିବା ଦେଖି ଭୟଭୀତ ହୋଇଯାଇଥିଲେ । ସେ ସ୍ଥାନୀୟ ଲୋକଙ୍କୁ ଡାକି ଏ ସମ୍ପର୍କରେ ଜାଣାଇଥିଲେ । ସ୍ଥାନୀୟ ଲୋକେ ସାଲେପୁର ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟଙ୍କୁ ଖବର ଦେଇଥିଲେ, ସାଲେପୁର ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ଉମାକାନ୍ତ ଖୁଣ୍ଟିଆ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷିତ ଭାବରେ ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛଡା ଯାଇଛି। ଏହି ସାପଟିକୁ ଦେଖିବା ପାଇଁ ଘଟଣାସ୍ଥଳରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.