ବାଥରୁମ୍‌ରେ ମହିଳାଙ୍କୁ ଦଂଶନ କରିବାକୁ ଉଦ୍ୟମ କଲା ନାଗ, ଅଳ୍ପକେ ବର୍ତ୍ତିଗଲେ ମହିଳା

Published By : Prameya-News7 Bureau | November 11, 2021 IST

ଭୁବନେଶ୍ବର ୧୧: ବାଥରୁମ୍ ଭିତରେ ପଶିଲା ନାଗ ସାପ । ଅଳ୍ପକେ ବର୍ତ୍ତିଲେ ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବର ପୋଖରୀପୁଟ ଅଞ୍ଚଳରେ ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ପୋଖରୀପୁଟ ସ୍ଥିତ ପ୍ଲଟ୍ ନଂ ୫୫୮/ବି ରେ ରହୁଥିବା ଦୀପ୍ତିମୟୀ ମୁଖାର୍ଜୀ ସକାଳୁ ଉଠି ବାଥରୁମ୍ ଯିବାବେଳେ ଭିତରେ ଏକ ନାଗ ସାପ ପଶିଥିବା ଦେଖି ଭୟଭୀତ ହୋଇ ଯାଇଥିଲେ । ଏହାପରେ ତାଙ୍କୁ ଦଂଶନ କରିବାକୁ ଉଦ୍ୟମ କରିଥିବାବେଳେ ସାପଟି ସାଓ୍ବାର ତଳକୁ ପଡିଯାଇଥିଲା ।

ତେବେ ନାଗ ସାପଟି ବାଥରୁମରେ ଥିବା ଜାଲି ପଟେ ବାହାରକୁ ଯିବା ପାଇଁ ଚେଷ୍ଟା କରି ମୁଣ୍ଡ ପୁରେଇବା ପରେ ଅଧା ବାଟରେ ଫସିଯାଇଥିଲା । ଦୀପ୍ତିମୟୀ କବାଟକୁ ବନ୍ଦ କରିଦେଇ ସ୍ନେକ୍ ହେଲ୍ପ ଲାଇନ୍‌କୁ ଖବର ଦେଇଥିଲେ । ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ନାଗଟିକୁ ଉଦ୍ଧାର କରିଥିଲେ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.