ATMରୁ ବାହାରିଲା ବିରାଟ ନାଗ, ଲୋକେ ଭୟଭୀତ

Published By : Prameya-News7 Bureau | March 04, 2020 IST

ଝାରସୁଗୁଡା ୪।୩: ଏଟିଏମ୍ ମେସିନରୁ ନାଗ ସାପ ଉଦ୍ଧାର ହୋଇଛି । ବ୍ରଜରାଜନଗର ତାରିଣୀ ମନ୍ଦିର ଛକ ନିକଟରେ ଥିବା ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମ୍ ମେସିନ୍ ଭିତରେ ଏକ ବିରାଟକାୟ ନାଗ ସାପ ଉଦ୍ଧାର ହୋଇଥିବା ଜଣାପଡିଛି ।

{"id":232530,"sizeSlug":"large"}

ସୂଚନାଯୋଗ୍ୟ ଯେ, ଏଟିଏମ ମେସିନରେ ଟଙ୍କା ଭର୍ତ୍ତି କରିବା ବେଳେ ନାଗ ସାପଟିକୁ ଦେଖିଥିଲେ ବ୍ୟାଙ୍କ୍ ଅଧିକାରୀ । ମେସିନ୍ ଖୋଲିବାରୁ ଭିତରୁ ବିରାଟ ନାଗ ସାପ ବାହାରିଥିଲା ।

{"id":232531,"sizeSlug":"large"}

ଫଳରେ ବ୍ୟାଙ୍କ୍ ଅଧିକାରୀ ଓ କର୍ମଚାରୀ ଭୟଭୀତ ହୋଇ ପଳାଇଯାଇଥିଲେ । ପରେ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ଆସି ନାଗ ସାପଟିକୁ ଏଟିଏମ୍ ମେସିନରୁ ବାହାର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.