ନୀଳଗିରିରୁ ୫ଫୁଟ୍‌ ରଣା ସାପ, ଚଣ୍ଡିଖୋଲରୁ ୭ଫୁଟିଆ ଅଜଗର ସାପ ଉଦ୍ଧାର

Published By : Prameya-News7 Bureau | September 09, 2021 IST

ନୀଳଗିରି/ଚଣ୍ଡିଖୋଲ ୦୯।୦୯: ଦୁଇଟି ସ୍ଥାନରୁ ୨ଟି ବିରାଟକାୟ ସାପ ଉଦ୍ଧାର । ନୀଳଗିରି ବରିସାହି ଗାଁରୁ ସାଢେ ୫ ପୁଟ ଲମ୍ବର ରଣା ସାପ ଉଦ୍ଧାର ହୋଇଥିବା ବେଳେ ଯାଜପୁର ଜିଲ୍ଲା ଜାରକା-କାଏମା ରାସ୍ତା ନିକଟରୁ ୭ ଫୁଟିଆ ଅଜଗର ସାପ ଉଦ୍ଧାର ହୋଇଛି । ଉଭୟ ସାପଙ୍କୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଛି ।

ଖବର ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ନୀଳଗିରି ବରିସାହି ଗାଁର ମାଳି କୁଅଁର ବାଡ଼ି ପଛପଟେ ଏକ ସାଢେ ୫ ଫୁଟ ଲମ୍ବର ରଣା ସାପ ଗର୍ଜନ କରୁଥିଲା । ଏହା ଶୁଣି ପରିବାର ଲୋକେ ସାପ ଧରାଳିକୁ ଖବର ଦେଇଥିଲେ । ଖବର ପାଇ ସାପ ଧରାଳି ଘଟଣାସ୍ଥଳରେ ପହଞ୍ଚି ଅତି ସତର୍କତା ସହ ସାପଟିକୁ ଉଦ୍ଧାର କରିଥିଲେ । ଏହାପରେ ସାପଟିକୁ ସୂର୍ଣ୍ଣଚୂଡ଼ ସଂରକ୍ଷିତ ଜଙ୍ଗଲରେ ଛାଡିଦେଇଛନ୍ତି ।

wp:html /wp:html

ସେହିପରି ଯାଜପୁର ଜିଲ୍ଲା ଜାରକା-କାଏମା ରାସ୍ତାର କାଏମା ହାଇସ୍କୁଲ ପଡିଆରେ ଏକ ୭ ଫୁଟ ଲମ୍ବର ଅଜଗତ ସାପ ରାସ୍ତା ପାର ହେଉଥିଲା । ଜଣେ ବାଇକ୍‌ ଚାଳକ ସାପଟିକୁ ଦେଖି ସ୍ନେକ ହେଲ୍ପ ଲାଇନ୍‌ ସଦସ୍ୟଙ୍କୁ ଖବର ଦେଇଥିଲେ । ଖବର ପାଇ ସ୍ନେକ ହେଲ୍‌ପ ଲାଇନ୍‌ ସଦସ୍ୟ ସାପଟିକୁ ଉଦ୍ଧାର କରି ସ୍ଥାନୀୟ ପାହାଡ଼ରେ ଛାଡିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.