୬ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର
15/12/2020 at 9:34 AM

ସାଲେପୁର ୧୫।୧୨: ୬ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର । ସାପଟିକୁ କଟକ ଜିଲ୍ଲା ସାଲେପୁର ଆତୋଡା ଅଞ୍ଚଳ ମହାନଦୀ ନଦୀ ପଠାରୁ ଉଦ୍ଧାର କରାଯାଇଛି। ମହାନଦୀ ପଠାରେ ସ୍ତାନୀୟ ଲୋକମାନେ ଚଳପ୍ରଚଳ ହେଉଥିବା ବେଳେ ସଁ ସଁ ଶବ୍ଦ ଶୁଣି ଖୋଜାଖୋଜି କରିଥଲେ।ସାପଟିଏକ ଗାତ ଭିତରେ ରହି ଶବ୍ଦ କରୁଥିବା ବେଳେ ଦେଖିଥିଲେ । ସ୍ଥାନୀୟ ଲୋକେ ଦେଖି ସ୍ନେକ୍ ହେଲ୍ପ ଲାଇନକୁ ଯୋଗାଯୋଗ କରିଥିଲେ। ସ୍ନେକ୍ ହେଳ୍ପ ଲାଇନ ପହଞ୍ଚି ସାପ ଟିକୁ ଉଦ୍ଧାର କରି ନନ୍ଦନକାନନ୍ ରେ ଛାଡି ଥିଲେ। ସାପର ଲମ୍ବ ୬ଫୁଟ ହୋଇଥିବା ଜଣା ପଡିଛି। ସାଲେପୁର ଅଞ୍ଚଳରେ ଏପରି ଅଜଗର ସାପ ପ୍ରଥମ ଥର ଉଦ୍ଧାର କରାଯାଇଥିବା ଦେଖିବାକୁ ମିଳିଛି।
Related Posts
ଅପେକ୍ଷାର ଅନ୍ତ, କାଲିଠୁ ଖୋଲିବ ଘଟଗାଁ ମା ତାରିଣୀ ମନ୍ଦିର
17 January 2021
ତାଲାପଦରରେ ନିର୍ମଣାଧିନ ବ୍ରିଜ୍ ଭୁଶୁଡିବା ଘଟଣା, SDO ଅସୀତ ପାତ୍ର ଗିରଫ
17 January 2021