Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଅର୍ଦ୍ଧନାରୀଶ୍ବର ମନ୍ଦିରରେ ସାପ-କଇଁଛ ଖେଳ, ଦେଖିବା ପାଇଁ ପ୍ରବଳ ଭିଡ

23/07/2019 at 12:44 PM

ପାରଳାଖେମୁଣ୍ଡି ୨୩|୭: ସୋମବାର ମହାଦେବ ଶିବଙ୍କ ପ୍ରିୟ ବାର । ସେଥିରେ ପୁଣି ଶ୍ରାବଣ ମାସର ପ୍ରଥମ ସୋମବାର । ଏଭଳି ଏକ ଦିନରେ ଶୈବ ପୀଠରେ ସାପ-କଇଁଚ ଖେଳ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଜନସମାଗମ ହୋଇଥିଲା ।

ପାରଳାଖେମୁଣ୍ଡି ହସ୍ପିଟାଲ ଛକ ନିକଟରେ ଥିବା ଅର୍ଦ୍ଧନାରେଶ୍ବର ମନ୍ଦିରରେ ୫୦ରୁ ଅଧିକ କଇଁଛ ରହିଥାନ୍ତି  । କଇଁଛ ମନ୍ଦିର ଭାବେ ମଧ୍ୟ ଏହା ପରିଚିତ । ତେବେ ଗତକାଲି ଜଳାଭିଷେକ ପାଇଁ ଏଠାରେ କାଉଡିଆମାନଙ୍କ ଭିଡ ମଧ୍ୟାହ୍ନ ଯାଏଁ ଲାଗି ରହିଥିଲା ।

ଅପରାହ୍ନରେ ଏକ ନାଗ ସାପ କଇଁଛଙ୍କ ଗହଣରେ ରହି ଖେଳୁଥିବାର ଦେଖିବାକୁ ମିଳିଥିଲା । ଏହା ପ୍ରଚାର ହେବା ପରେ ସହରର ବିଭିନ୍ନ ସ୍ଥାନରୁ ଲୋକଙ୍କ ସୁଅ ଛୁଟିଥିଲା ଏଠାକୁ । ଲୋକେ ଏହା ଭଗବାନଙ୍କ ଲୀଳା ବୋଲି କହିବା ସହ ପୂଜାର୍ଚ୍ଚନା ମଧ୍ୟ କରୁଥିବା ଦେଖିବାକୁ ମିଳିଥିଲା  ।

   Related Posts