ବଡ଼ ଲାଭଦାୟକ ଏହି ଗଛ : ହେଲେ ନାଁ ହେଉଛି ‘ଶାଶୁର ଜିଭ’

Published By : Prameya-News7 Bureau | October 10, 2019 IST

ବିଶ୍ବରେ ଏପରି ଏକ ଗଛ ରହିଛି ଯାହା ପ୍ରଚୁର ପରିମାଣରେ ଅକ୍ସିଜେନ୍ ଦେଇଥାଏ,ଏହାକୁ ଲୋକେ ବାଲକୋନିରୁ ବେଡରୁମ ଯାଏଁ ସଜାଇଥାଆନ୍ତି କିନ୍ତୁ ଏହାର ନାଁ ବଡ଼ ବିଚିତ୍ର। ଏହାର ନାଁ ହେଉଛି ସାପ ଗଛ ଏବଂ ‘ଶାଶୁଜିଭ’। ଏପରି ବୋଧହୁଏ ଏହି ଗଛର ଡିଜାଇନ୍ ଏବଂ ସହନଶକ୍ତି ଯୋଗୁଁ କୁହାଯାଇଥାଏ। ସାପ ଗଛ ଅତ୍ୟନ୍ତ ସହନଶୀଳ ହୋଇଥାଏ,ଏହାକୁ ମାରିବା ଅତ୍ୟନ୍ତ କଷ୍ଟ ହୋଇଥାଏ।

{"id":168463}

ସାପ ଗଛ ଅର୍ଥାତ୍ ଶାଶୁଜିଭ ଏତେ କଠୋର ଗଛ ଯେ ଏହାକୁ ଯେତେ ଅଣଦେଖା କଲେ ମଧ୍ୟ ଏହା ସୁନ୍ଦର ହୋଇ ଯାଇଥାଏ। ଏହାର ମୋଟା,ତୀକ୍ଷଣ,ଖଣ୍ଡା ଆକାରର ୧୮ଇଞ୍ଚ ଯାଏଁ ପତ୍ର ହୋଇଥାଏ। ଏହାର ଫୁଲ କ୍ରିମ୍ ରଙ୍ଗର ହେବା ସହ ଏଥିରୁ ସୁଗନ୍ଧ ବାହାରିଥାଏ। ଚେରର ଗାଣ୍ଠରେ ଏହାର ପ୍ରଜନନ ହୋଇଥାଏ ଅର୍ଥାତ ଚେରରୁ ଆହୁରି ଗଛ ବାହାରିଥାଏ ଏବଂ ଚାରିଆଡ଼କୁ ମାଡ଼ିଯାଇଥାଏ।

{"id":168464}

ଏହି ଗଛର ୭୦ଟି ପ୍ରଜାତି ରହିଛି। ଏହାକୁ ଲଗାଇବାର ପଦ୍ଧତି ଅତ୍ୟନ୍ତ ସହଜ। ଏହାର ଗୋଟିଏ ଭାଗ ଚେର ସହିତ ଅଲଗା କରି  ପାଣି ନିଷ୍କାସନ ହୋଇପାରୁଥିବା ମାଟିରେ ଲଗାଇ ଦିଅନ୍ତୁ। ପାଣି ନିଷ୍କାସନ ନ ହୋଇ ପାରୁଥିଲେ ଏହା ସଢ଼ିପାରେ।

{"id":168465}

ଏହି ଗଛର ଅଧିକ ଯତ୍ନ ନେବାର ଆବଶ୍ୟକତା ନାହିଁ। ଥରେ ସିଞ୍ଚନ କରି ମାଟି ଶୁଖିବାର ଅପେକ୍ଷା କରନ୍ତୁ। ଶୁଖିବା ପରେ ପାଣି ଦିଅନ୍ତୁ। ଶୀତଦିନେ କେବଳ ଥରେ ଏଥିରେ ପାଣି ଦେବାକୁ ପଡ଼ିଥାଏ। ପତ୍ରରେ ଧୂଳି ଲାଗିଲେ ଓଦା କନାରେ ଏହାକୁ ପୋଛି ଦିଅନ୍ତୁ। ଏଥିରେ ପୋକ ଲାଗିନଥାଏ ଏହି ଗଛ କମ୍ ଆଲୋକରେ ମଧ୍ୟ ରହି ପାରିବେ। ଏହା ଖୁବ୍ ଶୀଘ୍ର ବଢ଼ିଯାଇଥାଏ। ବର୍ଷରେ ଥରେ ଏହାର ଚେର ଛାଟିବା ଜରୁରୀ ହୋଇଥାଏ।

{"id":168466}

କେବଳ ଏତିକି ଦେଖାରଖା କରିବା ଦ୍ବାରା ଏହି ଗଛ ଖୁବ୍ ଶୀଘ୍ର ବଢ଼ିଯାଇଥାଏ। ଏହି ଗଛ ରାତିରେ କାର୍ବନ ଡାଇଅକ୍ସାଇଡକୁ ଅକ୍ସିଜେନରେ ରୂପାନ୍ତରିତ କରିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.