ନାଗସାପର ସଫଳ ଅସ୍ତ୍ରୋପଚାର, ପେଟରେ ପଡିଛି ଷ୍ଟିଚ୍ : ଲୋକଙ୍କ ଆକ୍ରମଣରେ ହୋଇଥିଲା ଗୁରୁତର

Published By : Prameya-News7 Bureau | October 01, 2021 IST

ଆଠଗଡ, ୦୧।୧୦ : ନାଗ ସାପର ସଫଳ ଅସ୍ତ୍ରୋପଚାର । ସାପର ଅପରେସନ କରାଯାଇ ସୁସ୍ଥ ହେବା ପରେ ତାକୁ ଜଙ୍ଗଲରେ ଛଡାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ ଅଞ୍ଚଳରେ ।

ସୂଚନାନୁସାରେ, ଆଠଗଡ କଚେରୀ ରୋଡରେ ଏକ ନାଗସାପ ରାସ୍ତାପାର ହୋଇ ଯାଉଥିଲା । ଏହି ସମୟରେ କିଛି ଲୋକେ ସାପଟିକୁ ଢେଲା ପଥର ମାରି ଆକ୍ରମଣ କରିଥିଲେ । ଖବର ପାଇ ସ୍ନେକ୍ ହେଲପ ଲାଇନ ସଦସ୍ୟ ପହଞ୍ଚିଲା ବେଳକୁ ଲୋକଙ୍କ ଆକ୍ରମଣରେ ସାପଟି ଗୁରୁତର ହୋଇସାରିଥିଲା ।

ସାପଟିକୁ ଉଦ୍ଧାର କରି ଆଠଗଡ ପ୍ରାଣୀ ଚିକିତ୍ସାଳୟରେ ପେଟରେ ଷ୍ଟିଚ୍ ପକାଯାଇଥିଲା । ସେ  ସୁସ୍ଥ ହେବା ପରେ ଜଙ୍ଗଲରେ ଛାଡି ଦିଆଯାଇଛି । ଏନେଇ ସ୍ନେକହେଲପ ଲାଇନ ସହ ଚିକିତ୍ସା କରିଥିବା ଡାକ୍ତର  ସୂଚନା ଦେଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.