ମହିଳା ରିପୋର୍ଟରଙ୍କ କାନ୍ଧରେ ସାପ, ହାତରେ ମାଇକ୍, କଥା କହିବାବେଳେ ଯାହା ହେଲା ତାହା ଜାଣିଲେ ଶିତେଇ ଉଠିବ ଦେହ…

Published By : Prameya-News7 Bureau | February 07, 2020 IST

ଗୋଟେ ଟିଭି ଶୋ’ରେ ଜଣେ ମହିଳା ରିପୋର୍ଟର ସାପର ସେଫ୍‌ଟି ବିଷୟରେ କହୁଥିଲେ। ଠିକ୍‌ ସେହି ସମୟରେ ସାପ କ୍ରୋଧ ଦେଖି ମହିଳା ଜଣକ ଡରିଯାଇଥିଲେ। ସୂଚନାଯୋଗ୍ୟ ଯେ, ଏକ ଅଷ୍ଟ୍ରେଲିୟାନ ଟିଭି ଚ୍ୟାନାଲର ସାମ୍ବାଦିକା ସାରାହ କୋଟେ କଭରେଜ୍‌ କରୁଥିଲେ। ତେବେ ରିପୋର୍ଟିଂ ସମୟରେ ତାଙ୍କ କାନ୍ଧ ଉପରେ ସାପ ଥିଲା।

{"id":221280,"sizeSlug":"large"}

ସାରାହ ମାଇକ୍‌ରେ ସାପଙ୍କ ସୁରକ୍ଷା ବିଷୟରେ କଥା ହେଉଥିଲେ। ମାଇକ୍‌ରେ କଥା କହିବା ସମୟରେ ହଠାତ୍‌ ସାପଟି ମାଇକ୍‌ ଉପରେ ଆକ୍ରମଣ କରିଥିଲା। ଏଥିପାଇଁ ମହିଳା ଜଣକ ଡରିଯାଇଥିଲେ। କାରଣ ମାଇକ୍‌ରେ ସେ ହାତ ରଖିଥିଲେ।

{"id":221281,"width":508,"height":431,"sizeSlug":"large"}

କିନ୍ତୁ ଯେତେବେଳେ ସ୍ନେକ୍‌ ହ୍ୟାଣ୍ଡଲର ସାପକୁ ହାତ ହଲାଇ ମନା କଲେ ସେ ଆଉ ଆଗକୁ ବଢିଲା ନାହିଁ। ପରବର୍ତ୍ତି ସମୟରେ ସାରାହ ସାହାସ ସହ କଭ୍‌ରେଜ ସାରିଲେ ଓ ନିଜ ପୁରା କଥା ମାଇକ୍‌ରେ କହିଲେ।

{"id":221282,"sizeSlug":"large"}

ସାରାହଙ୍କ କହିବା ଅନୁସାରେ ଗୋଟେ ଖାସ୍‌ ଶଟ୍‌ ପାଇଁ ସେ ସାପକୁ ନିଜ କାନ୍ଧ ଉପରେ ରଖିଥିଲେ। ହେଲେ ହଠାତ୍‌ ସେ ମାଇକ୍‌ ଉପରେ ଆକ୍ରମଣ କରିଥିଲା। ମାଇକ୍‌ ପାଖରେ ତାଙ୍କ ହାତ ମଧ୍ୟ ଥିଲା। ସେଥିପାଇଁ ସେ ପ୍ରଥମେ ଡରିଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.