ରୋଜ୍ ଡେ’ରେ ଭଦ୍ରକରୁ ଆସିଲା ନାଗ ନାଗୁଣୀଙ୍କ ପ୍ରେମ ଓ ବିଚ୍ଛେଦର କାହାଣୀ

Published By : Prameya-News7 Bureau | February 07, 2019 IST

ଭଦ୍ରକ୭|୨: ଏବେ ଭାଲେଣ୍ଟାଇନ୍‌ ଉଇକ୍‌ ଚାଲିଛି । ଚାରିଆଡ଼େ ଖାଲି ପ୍ରେମର ବାସ୍ନା । ଆଜି ରୋଜ୍‌ ଡେ’ରେ ସାମ୍ନାକୁ ଆସିଛି ନାଗନାଗୁଣୀ ଯୋଡ଼ିଙ୍କ ପ୍ରେମ କାହାଣୀ । ଭଦ୍ରକ ଜିଲ୍ଲା ଧୁଷୁରୀ ଭଟ୍ଟସାହିରେ ସ୍ନେକ୍‌ ହେଲପ୍‌ଲାଇନ୍‌ ସଦସ୍ୟ ଏହି ସାପ ଯୋଡ଼ିଙ୍କୁ ଧରିବା ପରେ ସେମାନେ କେମିତି ଆଖିରେ ଆଖି ମିଶାଇ କଥା ହେଉଥିଲେ, ଆପଣ ନଦେଖିଲେ ବିଶ୍ବାସ କରିପାରିବେ ନାହିଁ । ଚାଲନ୍ତୁ ଦେଖିବା କେମିତି ଥିଲା ସେ ମନଲୋଭା ଦୃଶ୍ୟ ।

{"id":82879}

ତତେ ଭଲପାଏ କେତେ, ଏ ଦୁନିଆ ଜାଣେନା । ବୋଧ ହୁଏ ମଣିଷ ହାତରେ ଧରାପଡ଼ିବା ପରେ ଏଇ କଥା ହିଁ ନାଗ କହୁଛି ତା’ର ସାଥୀ ନାଗୁଣୀକୁ । ଖୋଲା ଆକାଶ ତଳେ ପ୍ରକୃତିର କୋଳରେ ଏଣେ ତେଣେ ବୁଲି ପ୍ରେମର ପରସ ଟିକିଏ ସାଉଣ୍ଟିବା ବେଳକୁ ଏ ନିଷ୍ଠୁର ମଣିଷ କେଉଁଠି ଥିଲା କେଜାଣି, ଝପଟି ଆସି ଦୁହିଁଙ୍କୁ ଧରି ନେଲା । ଅଧାରେ ରହିଗଲା ନାଗ ନାଗୁଣୀଙ୍କ ଲଭ୍‌ ଷ୍ଟୋରି ।

{"id":82881}

ଏମିତି ଦୃଶ୍ୟ ବୋଧ ହୁଏ ଆପଣ କେବେ ଦେଖିନଥିବେ । ଧରାପଡ଼ିବା ପରେ ଏମିତି ସ୍ଥିର ହୋଇ ସାପ ଦୁଇଟି କେମିତି ଆଖିର ଇଶାରାରେ କଥା ହେଲା ଭଳି ଲାଗୁଥିଲା । ପ୍ରାୟ ୧୦ମିନିଟ୍‌ କାଳ ଏମିତି ପରସ୍ପରକୁ ଚାହିଁ ନିଜର ମନର ନିଶବ୍ଦ କାହାଣୀକୁ ବୟାନ କରୁଥିଲେ । ଏ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଭଟ୍ଟସାହିରେ ।

{"id":82883}

ମନ୍ଦିର ପାଖରେ ସାପ ଦୁଇଟି ବୁଲୁଥିବା ଦେଖି ଲୋକେ ସ୍ନେକ ହେଲପ୍‌ ଲାଇନ୍‌କୁ ଖବର ଦେଇଥିଲେ । ଆଉ ସ୍ନେକ୍‌ ହେଲପ୍‌ ଲାଇନ୍‌ ସଦସ୍ୟ ମିର୍ଜା ଆରିଫ୍‌ ଘଟଣା ସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି ପରେ ଅଳିଆ ବଣ ଭିତରୁ ପ୍ରଥମେ ଗୋଟିଏ ନାଗ ସାପକୁ ଧରିଥିଲେ । ମସ୍ତବଡ଼ ନାଗସାପକୁ ଦେଖି ଉପସ୍ଥିତ ଲୋକେ ଭୟଭୀତ ହୋଇପଡ଼ିଥିଲେ ।

{"id":82885}

ଏହା ପରେ ଥିଲା ନାଗୁଣୀର ପାଳି । ଆଉ ନାଗଣୀ ଧରାପଡ଼ିବା ପରେ ଉଭୟ ନାଗ ନାଗୁଣୀଙ୍କ ଲାଞ୍ଜ ଧରି ମିର୍ଜା ଆରିଫ୍‌ ବସିଥିବା ବେଳେ ଦୁଇ ସାପଙ୍କ ଏଭଳି ଆକ୍ଟିଭିଟି ଲୋକଙ୍କ ଭିତରେ କୌତୁହଳ ସୃଷ୍ଟି କରିଥିଲା । ନା’ ସେମାନେ ଯିବା ପାଇଁ ଛାଟିପିଟି ହେଉଥିଲେ । କାହା ପ୍ରତିଆକ୍ରମଣ କରିବାକୁ ଉଦ୍ୟମ କରୁଥିଲେ ।ବରଂ ଶାନ୍ତ ସ୍ବଭାବରେ ପରସ୍ପର ସହ କଥା ହେବା ଭଳି ମୁଦ୍ରାରେ ବେଶ୍‌ କିଛି ସମୟ ଧରି ରହିଥିଲେ ଏଇ ନାଗ ନାଗୁଣୀ । ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଖୋଦ୍‌ ସାପ ଧରାଳି ।

{"id":82886}

କଥା କହିପାରୁନଥିବା ଜୀବଜନ୍ତୁ ବି ନିଜ ଆଖି ଓ ପାଟି ମାଧ୍ୟମରେ ପରସ୍ପର ସହ ଭାବ ଆଦାନପ୍ରଦାନ କରିପାରନ୍ତି, ସେକଥାକୁ ପ୍ରାଣୀ ବିଶେଷଜ୍ଞ ମଧ୍ୟ ସ୍ବିକାର କରୁଛନ୍ତି । ଏମିତିରେ ଧରାପଡ଼ିବା ପରେ ମଧ୍ୟ ଏଠି ନାଗ ନାଗୁଣୀ ପରସ୍ପର ସହ ଇଶାରାରେ ଭାବ ବାଣ୍ଟୁଥିବାର ଦେଖିବାକୁ ମିଳିଥିଲା ।

{"id":82887}

ଯେଉଁଠି ଏବେ ଭାଲେଣ୍ଟାଇନ୍‌ ସପ୍ତାହ ପାଳନରେ ପ୍ରେମୀ ଯୁଗଳ ମସ୍ତ ଅଛନ୍ତି । ଠିକ୍‌ ସେତିକି ବେଳେ ନାଗନାଗୁଣୀଙ୍କ ଏହି ଲଭ୍‌ ଷ୍ଟୋରୀରେ ବ୍ରେକ୍‌ ଲଗାଇବାକୁ କେହି ଚାହିଁ ନାହାନ୍ତି । ବରଂ ସେମାନଙ୍କୁ ନେଇ ଜଙ୍ଗଲରେ ଛାଡ଼ି ଦେଇଛନ୍ତି ବନ ବିଭାଗ କର୍ମଚାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.