ବାଇକରେ ଥିଲା ସାପ ,ପିଟିପିଟି ମାରିଦେଲେ ଲୋକେ

Published By : Prameya-News7 Bureau | February 23, 2020 IST

ଭଦ୍ରକ ୨୩।୦୨:   ଗାଡିରୁ ଗାଡିକୁ ଡେଇଁଲା ଗଛୁଆ ନାଗ । ଲୋକେ ଭୟଭୀତ ହୋଇ ରୁଣ୍ଡ ହୋଇ ଦେଖିଲେ । ଫିନାଇଲ ଢାଳି ଗଛୁଆ ନାଗ ସାପକୁ ବାହାର କରିବା ପରେ ପିଟିପିଟି ମାରିଦେଲେ । ଭଦ୍ରକ ସହରର  ଚରମ୍ପା ନିକଟରେ ଘଟିଛି ଏମିତି ଘଟଣା ।

{"id":227991,"sizeSlug":"large"}

ଚରମ୍ପା ଗଳାପୋଲ ନିକଟରେ ଥିବା ଏକ ପାନ ଦୋକାନରେ କେତେକ ଯୁବକ ଖଟି କରୁଥିଲେ । କେହି ଜଣେ ଦେଖିଲେ ଯେ ଚନ୍ଦନ ଦାସଙ୍କ ସ୍କୁଟିରୁ ଗୋଟେ ସାପ ମୁଣ୍ଡ ବାହାର କରୁଛି । ଲୋକେ ପାଟି କରିବାରୁ ସାପଟି ପୁଣି ଭିତରକୁ ପସିଯାଇଥିଲା । ଲୋକେ ସ୍କୁଟିକୁ ତଳେ ପକାଇଦେବାରୁ ସାପଟି ଉଡି ଉଡି ନିକଟରେ ଥିବା ଅନ୍ୟ ଏକ  ଗାଡିରେ ପସିଯାଇଥିଲା । ଲୋକେ ଉତ୍ସାହର ସହ ଦେଖୁଥିଲେ । ଶେଷରେ ଫିନାଇଲ ଢାଳି ଲୋକେ ସାପକୁ ବାହାର କରିଥିଲେ । ଏବଂ ଲୋକେ ଦେଖିବା ବେଳକୁ ସାପଟି ଏକ ଗଛୁଆ ନାଗ । ଶେଷରେ ଲୋକେ ପିଟିପିଟି ସାପକୁ ମାରିଦେଇଥିବାର ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.