Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାସନ ରୟ ଓ ଓ୍ଵିଲିୟମସନଙ୍କ ଅର୍ଦ୍ଧଶତକ, ଲଗାତାର ପରାଜୟ ପରେ ରାଜସ୍ଥାନକୁ ହରାଇ ବିଜୟର ସ୍ଵାଦ ଚାଖିଲା ହାଇଦ୍ରାବାଦ
  • ||
  • ବିଜାପୁର ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ହମ୍‌ଲା, ଜାରି ରହିଛି ଗୁଳି ବିନିମୟ
  • ||
  • ନ୍ୟୁଜ7ରେ ପୁଣି ଆାରମ୍ଭ ହେବ ‘ହଟସିଟ୍ ’, ସିଜନ-୨ରେ ସାମିଲ୍‌ ହେବେ ବହୁ ବିଶିଷ୍ଟ ବ୍ୟକ୍ତି
  • ||
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||

ଥାନା ଆଲମିରାରୁ ବାହାରିଲେ ୨୧ ସାପ, ଫାଇଲ୍ ଭିତରେ ଆରାମରେ ଛୁଆଙ୍କ ସହ ଥିଲା ନାଗୁଣୀ

17/08/2020 at 3:56 PM

ଡେରାଡୁନ୍, ୧୭|୦୮: ପୋଲିସ ଷ୍ଟେସନରେ ସାପ । ଆଲମିରା ଭିତରେ ସାପ ସାଲୁବାଲୁ । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଏକ ଥାନାରେ । ଏଠାରେ ଜଣେ ପୋଲିସ କର୍ମୀ କୌଣସି ଏକ ଫାଇଲ ଖୋଜିବା ପାଇଁ ଆଲମିରା ଖୋଲିବା ବେଳେ ଭିତରୁ ବାହାରିଥିଲେ ୨୦ରୁ ଅଧିକ ନାଗ ସାପ ଛୁଆ ।

ହିମାଚଳ ପ୍ରଦେଶର କାଙ୍ଗଡା ସହର ନିକଟରେ ଥିବା ଗଗଲ୍ ପୋଲିସ ଷ୍ଟେସନରେ ଏପରି ଘଟଣା ସାମ୍ନାକୁ ଆସିଛି । ଥାନା ଭିତରେ ଥିବା ଆଲମିରାରେ ହିଁ ସାପ ନିଜ ଘର କରିଥିଲା । ଏପରିକି ଅଣ୍ଡା ମଧ୍ୟ ଦେଇଥିବା ନଜର ଆସିଛି ।

ସୂଚନାନୁସାରେ, ଏକ ମାମଲାକୁ ନେଇ ଥାନାର ଜଣେ ପୋଲିସ କନଷ୍ଟେବଳ ଆଲମିରାରେ ଫସିଥିବା ଫାଇଲ୍ ବାହାର କରୁଥିଲେ । ସେହି ସମୟରେ ଏକ ସାପ ଛୁଆ ଦେଖିବାକୁ ମିଳିଥିଲା । ଏହା ଦେଖି ସେ ଭୟରେ ବାହାରକୁ ଚାଲି ଆସିଥିଲା . ଏହାପରେ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ଥାନାରେ ପହଁଚିଥିଲେ ।

ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ଥାନାରେ ପହଁଚି ଆଲମିରା ଖୋଲିବା ପରେ ଚକିତ ହୋଇ ପଡିଥିଲେ . ଆଲମିରା ଭିତରୁ ପ୍ରାୟ ୨୧ଟି ସାପ ଛୁଆ ବାହାରି ଥିଲା । ଏପରିକି ଏକ ନାଗୁଣୀ ମଧ୍ୟ ରହିଥିଲା । ଏହା ଦେଖିବା ପରେ ପୋଲିସ କର୍ମୀଙ୍କ ଠାରେ ଭୟର ବାତାବରଣ ଖେଳିଯାଇଛି । ତେବେ ସମସ୍ତ ସାପ ଛୁଆକୁ ଉଦ୍ଧାର କରାଯାଇ ଥାନାକୁ ପରିଷ୍କାର କରାଯାଇଥିଲା ।

   Related Posts