Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ମଶାରୀ ଭିତରେ ଫଣା ଟେକିଛି ନାଗ

15/07/2020 at 9:07 AM

ଭୁବନେଶ୍ୱର ୧୫।୦୭ : ଫାର୍ମ ହାଉସ୍‌ରେ ରାତିରେ ମଶା ଦାଉରୁ ରକ୍ଷା ପାଇବା ଲାଗି ମଶାରୀ ଟାଙ୍ଗି ଶୋଇଥିଲେ । ବିଳମ୍ବିତ ରାତିରେ ଫାର୍ମ ହାଉସ୍‌ର ଘାସ ବଣ ଭିତରୁ ୪ଫୁଟ ଲମ୍ବର ଏକ ନାଗ ସାପ ଅତି ସନ୍ତର୍ପଣରେ ଆସି ମଶାରୀ କନା ଟେକି ଭିତରେ ପଶିଥିଲା । ଭିତରେ ଶୋଇଥିବା ମଣିଷଙ୍କ ଉପରେ ସର୍‌ ସର୍‌ ହୋଇ ଚାଲିଗଲା । ଦେହ ସଲସଲ ହେବାରେ ଜଣେ ଉଠି ପଡ଼ି ଟର୍ଚ୍ଚ ମାରିଲା ବେଳକୁ ଫଣା ଟେକି ଠିଆ ହୋଇଛି ନାଗ । ସାପ ଆତଙ୍କର ଏହି ଲୋମଟାଙ୍କୁରା ଘଟଣା ଘଟିିଥିଲା ଉତ୍ତରା ଛକ ନିକଟରେ ଥିବା ଶଙ୍କର ମୁଦୁଲିଙ୍କ ଫାର୍ମ ହାଉସରେ ।

ଗତକାଲି ରାତିରେ ଶ୍ରୀ ମୁଦୁଲିଙ୍କ ଫାର୍ମ ହାଉସରେ ଅଲେଖ ପ୍ରଧାନ ଓ ଶରତ ନାୟକ ନାମକ ୨ଜଣ ଶ୍ରମିକ ଶୋଇଥିଲେ । ଆଖପାଖରେ ଘାସ ବଣ ଥିବାରୁ ସୁରକ୍ଷା ପାଇଁ ଉଭୟେ ମଶାରୀ କଡ଼ରେ ଇଟା ଖଣ୍ଡମାନ ଲଦିଥିଲେ । ତେବେ ରାତି ପ୍ରାୟ ୨ଟା ବେଳେ ଶରତଙ୍କ ଦେହରେ କ’ଣ ଗୋଟାଏ ସଲସଲ ହୋଇ ଚାଲିଯିବାରେ ତାଙ୍କ ନିଦ ଭାଙ୍ଗି ଯାଇଥିଲା । କ’ଣ ବୋଲି ଟର୍ଚ୍ଚ ଲଗାଇଲା ବେଳକୁ ନାଗ ସାପ ପଶିଛି ମଶାରୀ ଭିତରେ ।

ବିକଳରେ ଉଭୟେ ମଶାରୀ ଭିତରୁ ପଦାକୁ ବାହାରିବାରେ ତର ସହି ନଥିଲା । ଉଭୟେ ବାହାରି ଗଲା ପରେ ମଶାରୀ ଭିତରୁ ସାପ ପଦାକୁ ଆସି ନପାରି ଫଣା ଟେକି ସୁ ସୁ ଗର୍ଜନ କରିଥିଲା । ଖବରପାଇ ଫାର୍ମ ହାଉସ ମାଲିକ ପହଞ୍ଚି ସ୍ନେକ୍‌ ହେଲପ୍‌ ଲାଇନ୍‌ ସଦସ୍ୟ ଅରୁଣ ବରାଳଙ୍କୁ ଖବର ଦେଇଥିଲେ । ଶ୍ରୀ ବରାଳ ଭୋର ବେଳେ ଉକ୍ତ ଫାର୍ମ ହାଉସରେ ପହଞ୍ଚି ମଶାରୀ ଭିତରୁ ୪ ଫୁଟ ଲମ୍ବର ନାଗଟିକୁ ଧରିଥିଲେ । ଏହାପରେ ସାପଟିକୁ ଶ୍ରୀ ବରାଳ ପ୍ରାକୃତିକ ଆବାସ ଛାଡ଼ି ଦେଇଛନ୍ତି । ସୌଭାଗ୍ୟକୁ ସାପଟି ଶ୍ରମିକ ଦ୍ୱୟଙ୍କ କୌଣସି କ୍ଷତି କରିନାହିଁ

   Related Posts