Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଗ୍ରାଇଣ୍ଡର ଖୋଳରେ ସାରା ରାତି ଫସି ରହିଲା ସାଢ଼େ ୩ ଫୁଟର ନାଗ, ଉଦ୍ଧାର ପର୍ଯ୍ୟନ୍ତ ପରିବାର ଲୋକଙ୍କ ଆଖିରୁ ହଜିଗଲା ନିଦ

10/12/2020 at 7:29 PM

ପୁରୀ ୧୦/୧୨: ଆଶ୍ଚର୍ଯ୍ୟ ମନେ ହେଉଥିଲେ ବି ଘଟଣା ଟି ସତ । ପୁରୀ ଜିଲ୍ଲା ଡେଲାଙ୍ଗ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମରେ ବିଶ୍ୱଜିତ ପ୍ରଧାନଙ୍କ ପୂଜା ଘରେ ଗତକାଲି ରାତି ପ୍ରାୟ ୧୧ଟା ବେଳେ ଏକ ସାପ ପସିଥିବାର ପରିବାର ଲୋକ ଦେଇଥିଲେ । ସାପ ଟିକୁ ଘର ଭିତରୁ ଘଉଡାଇବାକୁ ଚେଷ୍ଟା କରିବା ବେଳେ ସାପଟି ସାମନା ଘରେ ତଳେ ରଖାଯାଇଥିବା ଏକ ମିକ୍ସଚର-ଗ୍ରାଇଣ୍ଡର ଥିବା ପ୍ୟାକେଟ ରେ ପଶି ଯାଇଥିଲା ।

ବିଶ୍ୱଜିତଙ୍କ ପରିବାର ସେଇ ପ୍ୟାକେଟକୁ ସଂଗେ ସଂଗେ ବନ୍ଦ କରିଦେଲେ । ଅଧିକ ସୁରକ୍ଷା ପାଇଁ ଏକ ଅଖା ଗୁଡେଇ ଭଲ ଭାବରେ ନିବୁଜ କରି ପ୍ୟାକ କରିଦେଲେ ଯେମିତି କି ଆଉ ସାପ ବାହାରି ନପାରିବ । ସ୍ଥାନୀୟ  ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ ବେହେରାଙ୍କୁ ଯୋଗାଯୋଗ କରିଥିଲେ । ବିଳମ୍ବିତ ଶୀତ ରାତି ଏବଂ ସାପଟି କବଜାରେ ଥିବାରୁ ସୁଶାନ୍ତ ସେଇ ଅଖା ଗୁଡା ବାକ୍ସକୁ ଘର ବାହାରେ ରଖିଦେବା ପାଇଁ ପରାମର୍ଶ ଦେଇ ସକାଳେ ଉଦ୍ଧାର ପାଇଁ ଆସିବା ପାଇଁ କହିଥିଲେ ।

ହେଲେ ଅତ୍ୟଧିକ ଭୟଭୀତ ହୋଇଥିବାରୁ ବିଶ୍ୱଜିତ ନିଜ ଘର ଠାରୁ ପ୍ରାୟ ୨ କିମି ଦୂର ପର୍ଯ୍ୟନ୍ତ ଯାଇ ରାସ୍ତା ତଳକୁ ସେଇ ପ୍ୟାକେଟକୁ ଫିଙ୍ଗି ଦେଇ ଘରକୁ ଫେରିଥିଲେ । ସକାଳ ହେବା ପରେ ଯାଇ ଦେଖଲା ବେଳକୁ ସେଇ ପ୍ୟାକେଟ ସେମିତି ଅବସ୍ଥାରେ ଥିଲା । ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ ପ୍ୟାକେଟ ଟିକୁ ଖୋଲି ମିକ୍ସଚର-ଗ୍ରାଇଣ୍ଡରକୁ ବାହାରକୁ ଆଣିବା ପରେ ତଳେ ସାଢ଼େ ୩ ଫୁଟ ଲମ୍ବର ନାଗ ସାପଟି ପରିଷ୍କାର ଦିଶିଥିଲା ।

ସାପଟିକୁ ତାର ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି । ହେଲେ ରାତିରେ ସାପ କଥା ଭାବି ଭାବି ବିଶ୍ୱଜିତ ବାବୁଙ୍କ ଘରେ ଅନେକ ସଦସ୍ୟ ରାତିରେ ଭଲରେ ଶୋଇ ପାରିନଥିଲେ ବୋଲି କହିଛନ୍ତି । ସେହି ଗ୍ରାଇଣ୍ଡରକୁ ସାଧାରଣ ଭାବରେ ସାନିଟାଇଜ କରି ବ୍ୟବହାର କରିବା ପାଇଁ ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ପରାମର୍ଶ ଦେଇଛନ୍ତି ।

   Related Posts