Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଘର ଭିତରୁ ଉଦ୍ଧାର ହେଲେ ମେଞ୍ଚାଏ ସାପ, ଭୟରେ ପରିବାର

13/04/2021 at 9:13 PM

ବ୍ରହ୍ମପୁର, ୧୩/୦୪: ବ୍ରହ୍ମପୁର ସହର ନୀଳକଣ୍ଠ ନଗର ୫ମ ଗଳିର ଜଣେ ବ୍ୟକ୍ତିଙ୍କ ଘରୁ କିଛି ସାପକୁ ଉଦ୍ଧାର କରିଛନ୍ତି ସ୍ନେକ ହେଲ୍ପ ଲାଇନ ସଦସ୍ୟ। ନୀଳକଣ୍ଠ ନଗରର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ନିଜ ଘର ଉପର ସିଡ଼ି ରୁମରେ ଦୁଇଟି ସାପକୁ ଦେଖିଥିଲେ। ଏହାପରେ ସେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧୀନ କୁମାର ସାହୁଙ୍କୁ ସାପକୁ ଉଦ୍ଧାର କରିବା ପାଇଁ ଫୋନ ମାଧ୍ୟମରେ ଜଣାଇଥିଲେ।

ସ୍ୱାଧୀନ ଏବଂ ଶ୍ରୀକାନ୍ତ ଉଭୟ ଉଦ୍ଧାରକାରୀ ସେଠାରେ ପହଞ୍ଚିଥିଲେ । ସାପ କେଉଁଠାରେ ରହିଛି ତାହାର ସନ୍ଧାନ ମଧ୍ୟ କରିଥିଲେ । ପ୍ରଥମେ ଗୋଟିଏ ସାପ ଉପର ଘର ଟିଣରେ ଦେଖିବାକୁ ପାଇଥିଲେ ଓ ତାହାକୁ କୌଶଳ କ୍ରମେ ଉଦ୍ଧାର କରିଥିଲେ । ଏହାପରେ ଘର ପରିସରରେ ଆହୁରି ସାପକୁ ଦେଖିଥିବା ଶ୍ରୀ ପାଣିଗ୍ରାହୀ କହିଥିଲେ । ଘରର ବିଭିନ୍ନ ସ୍ଥାନ ଖୋଜିବା ପରେ ଗୋଟିଏ ଟିଣ ପେଢ଼ି ତଳେ ବହୁତ ଗୁଡିଏ ସାପ ଏକା ସାଙ୍ଗରେ ଥିବା ଦେଖିବାକୁ ମିଳିଥିଲା ।

ଗୋଟାଏ ପରେ ଗୋଟାଏ କରି ପେଢ଼ି ତଳୁ ୫ ଗୋଟି କାଣ୍ଡ ନାଗକୁ ଉଦ୍ଧାର କରିଥିଲେ । ଶ୍ରୀ ପାଣିଗ୍ରାହୀ ଏକ ବର୍ଷ ଧରି ବାଙ୍ଗାଲୋରରେ ନିଜ ପୁଅଙ୍କ ନିକଟରେ ସପରିବାର ସହ ରହି ଆସୁଥିବା ବେଳେ ଏହି ଘରଟି ବନ୍ଦ ପଡିଥିଲା । ବର୍ତ୍ତମାନ କିଛିଦିନ ହେବ ସେ ବାଙ୍ଗାଲୋରରୁ ଫେରି ବ୍ରହ୍ମପୁରରେ ଘରେ ରହୁଛନ୍ତି । ତେବେ ଏତେ ଗୁଡ଼ାଏ ସାପକୁ ଘରେ ଦେଖି ଘର ଲୋକ ଭୟରେ ରହିଛନ୍ତି । ଉଦ୍ଧାର ସାପକୁ ବନ ବିଭାଗର ପରାମର୍ଶ କ୍ରମେ ଜଙ୍ଗଲରେ ଛଡ଼ାଯିବ ବୋଲି ସୂଚନା ଦେଇଛନ୍ତି ସ୍ୱାଧୀନ କୁମାର ସାହୁ ।

   Related Posts